ବଲିଉଡ୍ ର ଚର୍ଚ୍ଚିତ ଅଭିନେତ୍ରୀ ଏବଂ ବିଜେପି ସାଂସଦ ହେମା ମାଲିନୀ ମଥୁରା ଲୋକସଭା ସିଟ୍ ରୁ ନିର୍ବାଚନ ଲଢୁଛନ୍ତି । ଏହି ସମୟରେ ହେମା ମାଲିନୀ ସମ୍ପୁର୍ଣ୍ଣ ଭାବରେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । କିନ୍ତୁ ଏବେ ପତ୍ନୀ ହେମାଙ୍କୁ ସାହାଯ୍ୟ କରିବା ପାଇଁ ମଥୁରାରେ ପ୍ରଚାର ପାଇଁ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ପହଂଚି ଯାଇଛନ୍ତି । ହେମାମାଲିନୀଙ୍କ ସପୋର୍ଟରେ ନିର୍ବାଚନ ପ୍ରଚାର କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଭଲ ଲାଗୁଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି । ରାଜନୀତିରେ ଆସିବାକୁ ନେଇ ସେ କହିଥିଲେ ମୁଁ ଭାରତର ଜନତାଙ୍କ ପାଇଁ ନିର୍ବାଚନୀ ମଞ୍ଚକୁ ଆସିଛି । ନିଜ ଲୋକଙ୍କ ସହ କଥାବାର୍ତ୍ତା କରିବା ଭଲ ଲାଗିଥାଏ । ମୁଁ ବି ଭାରତର ଜଣେ କୃଷକ । ହେମାଙ୍କ ନିର୍ବାଚନରେ ଜିତ-ହାରର ପ୍ରଶ୍ନରେ ସେ କହିଥିଲେ ହେମା ସାଂସଦ ପୂର୍ବରୁ ହିଁ ରହିଛନ୍ତି । ମୁଁ କେବଳ ତାଙ୍କ ପ୍ରଚାରରେ ହିଁ ଏଠାକୁ ଆସିଛି ।
ତେବେ ମଥୁରାରୁ ଏଥର ହେମା ମାଲିନୀଙ୍କୁ ମହାଗଠବନ୍ଧନରେ ବଡ ଟକ୍କର ମିଳିବାକୁ ଯାଉଛି । ଅନ୍ୟପକ୍ଷରେ କଂଗ୍ରେସରେ ଏସପି-ବିଏସପି ଏବଂ ଆରଏଲଡି ଏହି ସିଟରେ ନରେନ୍ଦ୍ର ସିଂହ ମଇଦାନରେ ଓହ୍ଲାଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ତରଫରୁ ମଥୁରା ସିଟରେ ମହେଶ୍ ପାଠକ୍ କୁ ଟିକେଟ୍ ଦିଆଯାଇଛି । ୫
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/1397464592_Untitled-7.jpg)
/kanak/media/post_attachments/wp-content/uploads/2019/04/2_555_041419114241-300x209.jpg)