ମହାମାରୀ ମୁକାବିଲା । ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Advertisment
ମହାମାରୀ ମୁକାବିଲା । ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କନକ ବ୍ୟୁରୋ : ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ । ନୂଆଦିଲ୍ଲୀରୁ ଭର୍ଚୁଆଲ ଯୋଗେ ଏହାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଧର୍ମେନ୍ଦ୍ର କହିଛନ୍ତି ମହାମାରୀର ମୁକାବିଲା ପାଇଁ ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଉଦ୍ଧ୍ୱର୍ ଭେଂଟିଲେଟରର ବ୍ୟବସ୍ଥା କରାଯାଉଛି ।

ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ପ୍ରାଥମିକତା ଦିଆଯାଉଛି । ରାଉରେକଲା ଇସ୍ପାତ୍ କାରଖାନା ଦ୍ୱାରା ଆଇପିଜିଆଇ ଓ ସୁର ସ୍ପେଶାଲିଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନକୁ ଉତ୍ସର୍ଗ ହୋଇଥିବା ଭେଂଟିଲେଟର ସୁବିଧା ସହ କୋଭିଡ୍ ବେଡ୍ ଗୁଡ଼ିକ ଆଗାମୀ ଦିନରେ କୋଭିଡ୍ ସଂକ୍ରମିତ ରୋଗୀ ମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ ।

ଜାତୀୟ ଏବଂ ଆଂଚଳିକ ସ୍ତରରେ ସେଲର ରାଉରେକଲା ଇସ୍ପାତ୍ କାରଖାନା ଏହି କୋଭିଡ ମହାମାରୀର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ସିଜେନ୍ ପ୍ଲାଂଟ ନିକଟରେ କୋଭିଡ଼୍ କେୟାର ସେଂଟର ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ କରିଥିବା ବେଳେ ସେଲ୍ ମଧ୍ୟ ରାଉରକେଲାରେ ୫୦୦ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରିବାର ଦାୟିତ୍ୱ ନେଇଛି  । ଏହାବାଦ୍  ରାଉରକେଲା ଇସ୍ପାତ୍ କାରଖାନାରେ ଅକ୍ସିଜେନ୍ ପ୍ରସ୍ତୁତ ୟୁନିଟରୁ ଲିକୁଇଡ଼୍ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଂଟରୁ ୧୦ ହଜାର ଟନରୁ ଅଧିକ ମେଡ଼ିକାଲ ଅକ୍ସିଜେନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି ।

ଖଣି ଅଞ୍ଚଳ କେନ୍ଦୁଝର ଜିଲ୍ଲାର ବଲାଣି କିମ୍ବା ବଡ଼ବିଲ ଠାରେ ଅକ୍ସିଜେନ୍ ସୁବିଧା ସହ ୧୦୦ କୋଭିଡ୍ ବେଡ଼୍ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଠାରେ ୫୦ ଅକ୍ସିଜେନ୍ ସଂଯୁକ୍ତ ବେଡ଼ର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସେଲକୁ ଦାୟିତ୍ୱ ଦେଇଛନ୍ତି  ।ଏବେ ଓଡ଼ିଶାକୁ ବର୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ଟିକା ଉପଲବ୍ଧ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୦୦ ଟିକା ଦେଇଛନ୍ତି  । କର୍ପୋରେଟ୍ ତଥା ସେଲ୍ ମଧ୍ୟ ଟିକା ଅଭିଯାନରେ ସାମିଲ ହୋଇ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ ।

ଜିଲ୍ଲା ପ୍ରଶାସନ ଓ ସମସ୍ତ ସାମାଜିକ ରାଜନୈତିକ ନେତୃତ୍ୱଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶତ ପ୍ରତିଶତ ଟିକା ଦେବାରେ ପ୍ରଥମ ଜିଲ୍ଲା ଭାବରେ ପରିଗଣିତ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।  ଏହି ଲୋକାର୍ପଣ ଉତ୍ସବରେ ରାଉରକେଲା ସହରରେ ଗୁରିନ୍ଦର ସିଂହ କରୋନା ସଂକ୍ରମିତ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ରନ୍ଧା ଖାଦ୍ୟ ଯୋଗାଇଦେଉଥିବାରୁ ଧର୍ମେନ୍ଦ୍ର ତାଙ୍କୁ  ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe