କନକ ବ୍ୟୁରୋ : ବୌଦ୍ଧରେ ପୁଣି ପରିବର୍ତ୍ତନର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୌଦ୍ଧ କଚେରୀ ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହେଇ, ସେ କହିଛନ୍ତି- ଓଡ଼ିଶାରେ ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଛି । ଲୋକେ ପରିବର୍ତନ ପାଇଁ ମନ ବନାଇ ସାରିଲେଣୀ ।
ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସୁଶାନ୍ତ ପ୍ରଧାନ ଏବଂ ରାଜେଶ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ସେହିପରି ବିଜେଡି ଦଳରରୁ ମଧ୍ୟ କିଛି ସ୍ଥାନୀୟ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ମିଶନ ୧୨୦ରେ ବିଜେପି ସଫଳ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/boudha-dharmendra.jpg)