ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଆସନ୍ତୁ ସମସ୍ତେ ମିଶି ପୁଣିଥରେ ଓଡିଶାକୁ ଗଢି ତୋଳିବା ।

Advertisment
‘ଫୋନି’ର କରାଳ ରୂପକୁ ପାଖରୁ ଦେଖିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପୁରୀକୁ ଗୁରୁତ୍ୱ, ସ୍ଥିତି ସୁଧୁରିଲେ କାର୍ଯ୍ୟକ୍ଷମ ହେବ ପେଟ୍ରୋଲ ପମ୍ପ ।

କନକ ବ୍ୟୁରୋ : ବାତ୍ୟା ଫୋନି ଅଧା ଓଡିଶାକୁ ଛାରଖାର କରି ଦେଇଥିବା ବେଳେ ଏବେ ପୁଣିଥରେ ଓଡିଶାକୁ ଗଢିତୋଳିବା ପାଇଁ ଦେଶ ଓ ବିଦେଶରୁ ବିଭିନ୍ନ ବର୍ଗର ଲୋକ ସହାୟତାର ହାତ ବଢାଇଛନ୍ତି । ଆଉ ଏହି ଧାରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ପାଇଁ କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦେଇଛନ୍ତି ।

ଏନେଇ ଧର୍ମେନ୍ଦ୍ର କହିଛନ୍ତି, ‘ମୁଁ ଗୁଣ୍ଡୁଚି ମୂଷା ରୂପେ, ଓଡ଼ିଶାର ବଡ ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ମୋ ମାସକର ଦରମା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାୟିତ୍ବ ନେଇ ଯୋଗଦାନ କରିଛି। ଏକ ଦାୟିତ୍ବ ସମ୍ପନ୍ନ ଓଡ଼ିଆ ଭାବରେ ମୁଁ ମୋ ଦାୟିତ୍ୱ ନେଇଛି। ଆମେ ସମସ୍ତେ ମିଶି ଓଡ଼ିଶାକୁ ପୁଣିଥରେ ଗଢିବା । ସମସ୍ତଙ୍କୁ ଅନୁରୋଧ ଆସନ୍ତୁ ଏକାଠି ହେବା ଏବଂ ଓଡ଼ିଶାର ପୁନଃନିର୍ମାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe