ନିର୍ବାଚନୀ ସଭାରେ ମହିଳା ଏବଂ ଚାଷୀଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଡବଲ ଇଞ୍ଜିନ ସରକାର ହେଲେ ମାସକୁ ମହିଳା ପାଇବେ ହଜାରେ ଟଙ୍କା ଭତା

455

କନକ ବ୍ୟୁରୋ : ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତା । ଦେବଗଡ ନିର୍ବାଚନୀ ସଭାରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ । ପଡୋଶୀ ରାଜ୍ୟରେ ଏହି ଦର ୨୧ ଶହ ୮୦ ଟଙ୍କା ରହିଛି । କିନ୍ତୁ କେନ୍ଦ୍ର ଓ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ ଧାନର ଏମଏସପି ପଡୋଶୀ ରାଜ୍ୟ ତୁଳନାରେ ପାଖାପାଖି ହଜାରେ ଟଙ୍କା ଅଧିକ ରହିବ ବୋଲି ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି ।

ଏବେ ଧାନର ଏମଏସପି କ୍ୱିଂଟାଲ ପିଛା ୨୧ ଶହ ୮୩ ଟଙ୍କା ରହିଛି । ଓଡିଶା ସରକାର କିନ୍ତୁ ୨୯ ଶହ ୩୦ ଟଙ୍କା ଦାବି କରୁଛି । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ସୁଖ ଦୁଃଖ ବୁଝିବା ସହିତ ସଭା ସମିତି କରୁଛନ୍ତି । ଏହାରି ଭିତରେ ଦେବଗଡ ସଭାରେ ଏମଏସପି ବୃଦ୍ଧି ଏବଂ ମହିଳାଙ୍କୁ ମାସିକ ଭତା ବାବଦରେ ଘୋଷଣା କରିଛନ୍ତି ।