ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କଲେ ଧର୍ମେନ୍ଦ୍ର ।

145

କନକ ବ୍ୟୁରୋ: ଶ୍ରୀମନ୍ଦିର ବିକାଶ ପାଇଁ ମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି ।

ରବିବାର ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବା ପରେ ଧର୍ମେନ୍ଦ୍ର କହିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମର ବିକାଶ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର ଓ ସାଢେ ୪କୋଟି ଓଡିଆ ଲୋକଙ୍କ ହୃଦୟର ସ୍ପନ୍ଦନ ସହ ଯୋଡି ହୋଇରହିଛି । ସମାଜର ଦାୟିତ୍ୱରେ ହିଁ ବଡ ଦେଉଳର କାମ ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିର ଉକ୍ରୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହ ଯୋଗର ହାତ ବଢାନ୍ତୁ । ସେ ଶ୍ରୀମନ୍ଦିର ବିକାଶ ପାଇଁ ୧ଲକ୍ଷ ଟଙ୍କାର ଯୋଗଦାନ ଦେଇ ଗୁଣ୍ଡୁଚି ମୁଷା ସଦୃଶ ବାଲି ଝାଡିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି ଧର୍ମେନ୍ଦ୍ର ।