କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା । ଅନୁଗୋଳ ଓ କୁଲାଡ ଟ୍ରକ ମାଲିକ ସଂଘର ଦାବିକୁ କଲେ ଉପସ୍ଥାପିତ, ଉଠିଲା ଖଣିରେ କାମ କରୁଥିବା ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ପ୍ରସଙ୍ଗ ।

Advertisment
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା । ଅନୁଗୋଳ ଓ କୁଲାଡ ଟ୍ରକ ମାଲିକ ସଂଘର ଦାବିକୁ କଲେ ଉପସ୍ଥାପିତ, ଉଠିଲା ଖଣିରେ କାମ କରୁଥିବା ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ପ୍ରସଙ୍ଗ ।

କନକ ବ୍ୟୁରୋ : ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନ ଓ ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ନାଲକୋ ଦ୍ୱାରା ସ୍ମେଲଟର୍ ପ୍ଲାଂଟର ସମ୍ପ୍ରସାରଣ ନେଇ ଆଲୋଚନା କରାଯାଇଛି । ଏହାବ୍ୟତୀତ ବୈଠକରେ କୋଇଲା ଖନନ ପାଶ୍ୱର୍ବର୍ତୀ ଅଂଚଳରେ ସିଏସଆଇ ଖର୍ଚ୍ଚ ଅଟକଳକୁ ବୃଦ୍ଧି କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଭିତିଭୂମି, ପାନୀୟ ଜଳ ଓ ମୌଳିକ ସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱସ୍ତି ଦେଇଛନ୍ତି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe