କନକ ବ୍ୟୁରୋ: ସୋନପୁର ସଭାରୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଗତକାଲି ମୁଖ୍ୟମନ୍ତ୍ରୀ ଯାଇଥିଲେ ନିର୍ବାଚନ ପ୍ରଚାର କରିବାକୁ ଏବଂ କହିଲେ ବିରୋଧୀ ମାନେ ବିକାଶ କାମକୁ ବିରୋଧ କରୁଛନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଆପଣ ଲମ୍ବା ସମୟ ଧରି ହିଞ୍ଜିଳିରୁ ପ୍ରତିନିଧିତ୍ୱ କରୁଛନ୍ତି, ପୂର୍ବଥର ହିଞ୍ଜିଳିକାଟୁ ସହ ବିଜେପୁରରୁ ଲଢ଼ିଥିଲେ ଆଉ ଏଥର ହିଞ୍ଜିଳିକାଟୁ ସହ କଣ୍ଟାବାଞ୍ଝିରୁ ଲଢ଼ିବେ କିନ୍ତୁ ବଲାଙ୍ଗୀର ବିଜେପି ସାଂସଦ ମହାଶୟା ଆପଣଙ୍କୁ କିଛି ପ୍ରଶ୍ନ ପଚାରିଲେ ତାର ଉତ୍ତର ଆପଣ ଦେବେ କି?
ବିଜେପୁରରେ କ’ଣ କାମ କଲେ ଶ୍ୱେତପତ୍ର ଦିଅନ୍ତୁ...
ହିଞ୍ଜିଳିରେ କ’ଣ କାମ କଲେ ଶ୍ୱେତପତ୍ର ଦିଅନ୍ତୁ...
ମୋଦି ୧୦ ହଜାର କୋଟି ଦେଇଛନ୍ତି ପ୍ରତି ଗାଁ ଗାଁକୁ ପାଣି ପାଇଁ
ଠିକାଦାରପ୍ରେମୀ ସରକାର କାହିଁକି ପାଣି ଦେଇ ପାରିଲାନି?
ଯିଏ ୨୪ ବର୍ଷ ହେବ ଲୋକଙ୍କୁ ପାଣି ଯୋଗାଇପାରୁନି ସେ ସରକାର କହୁଛି ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଆପଣ କାମ ଦେଇ ପାରୁନାହାନ୍ତି, ପାଣି ଦେଇ ପାରୁନାହାନ୍ତି କିନ୍ତୁ ବିକାଶ କରୁଛନ୍ତି । ଏଭଳି ଅପାରଗ ସରକାରଙ୍କୁ ଏଥର ଜବାବ୍ ମିଳିବ । ମାଗଣାରେ ଚାଉଳ ମୋଦି ସରକାର ଦେଉଛନ୍ତି, କରୋନା ବେଳେ ବିନା ପଇସାରେ ଟୀକା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ଜଣେ କହିଲା ଯୋଡ଼ି ଶଙ୍ଖ, ବହୁତ ଦୁଃଖ ଆଉ ଯୋଡ଼ି ଫୁଲ ବହୁତ ଭଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/38-9.jpg)