ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କହିଲେ, ଏଥର ପରିବର୍ତ୍ତନ ନିଶ୍ଚୟ ।

130

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପିପିଲିରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପିପିଲିରେ ପ୍ରଚାର କରିବା ବେଳେ ଫୋନି ସହାୟତା ପ୍ରସଙ୍ଗ ଉଠାଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ ଗତ ୨ବର୍ଷ ତଳେ ଫୋନି ମହାବାତ୍ୟା ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ଏ ଅଞ୍ଚଳ ବୁଲି ଦେଖିଥିଲେ। ଘରଭଙ୍ଗା ଓ ନୂଆ ଘର ପାଇଁ ସାହାଯ୍ୟ ଓ ଅନ୍ୟାନ୍ୟ ବିକାଶ ପାଇଁ ସାହାଯ୍ୟ ପଠାଇଥିଲେ। କିନ୍ତୁ ଦଳୀୟ ଭିତ୍ତିରେ ପେଶି ହୋଇ ଶାସକ ଦଳ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ମଧ୍ୟସ୍ତି ଜରିଆରେ ଫୋନି ସହାୟତା ଦେବାକୁ ଷଡ଼ଯନ୍ତ୍ର କଲେ। ଯାହାକୁ ଲୋକେ ବିରୋଧ କରିବାରୁ ଏହି ସୁବିଧା ଲୋକଙ୍କୁ ମିଳି ପାରୁନାହିଁ ।

ଫୋନି ସହାୟତା ଏବେ ପିପିଲିର ମୂଳ ପ୍ରସଙ୍ଗ । ଶାସକ ଦଳର ଅପାରଗତାର ଏହା ଚରମ ନିଦର୍ଶନ । ଯାହା ବିରୋଧରେ ଏଥର ପିପିଲିବାସୀ ଭୋଟଦେବେ । ପିପିଲିର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରି ପିପିଲିବାସୀ ଆଶ୍ରିତ ପଟ୍ଟନାୟକଙ୍କୁ ବିଧାନସଭା ପଠାଇବେ । ପ୍ରଧାନମନ୍ତ୍ରୀ ସହାୟତା କରିଥିବା ବେଳେ ଏହା ଲୋକଙ୍କ ପାଖରେ ଏଯାଏଁ ପହଞ୍ଚି ପାରିନି । ତେଣୁ ଏହା ପଛରେ ଯେଉଁମାନେ ରହିଛନ୍ତି ତାଙ୍କୁ ପିପିଲିବାସୀ ନିଶ୍ଚୟ ହରାଇବେ । ଏପରିକି ଏଥର ପିପିଲିରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ପୂର୍ବଥର ପରିବର୍ତ୍ତନର ସଂକେତ ମିଳିଥିଲା ଏଥର ନିଶ୍ଚୟ ପିପିଲିବାସୀ ଏହା କରି ଦେଖାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୩ଟା ଦିନ ବାକି ଥିବା ବେଳେ ଭୋଟରକୁ ମନାଇବା ପାଇଁ ପିପିଲିରେ ଜୋରଦାର ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ଆଉ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ