ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଷ୍ଟାର ପ୍ରଚାରକ । ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ଦିଲ୍ଲୀରେ ରହୁଥିବା ଓଡିଆଙ୍କୁ ମାଗିବେ ବିଜେପି ପାଇଁ ଭୋଟ୍

179

କନକ ବ୍ୟୁରୋ : ଦିଲ୍ଲୀବାସୀଙ୍କୁ ବିଜେପି ପାଇଁ ଭୋଟ ମାଗିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି କେନ୍ଦ୍ରମନ୍ତ୍ରୀଙ୍କ ନାଁ । ଉଜ୍ୱଳା ଯୋଜନା ମାଧ୍ୟମରେ ଘରେ ଘରେ ପରିଚିତ ତଥା ଲୋକପ୍ରିୟ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ମଧ୍ୟରେ ଦିଲ୍ଲୀ ଯାଇ ପ୍ରଚାର କରିବେ । ତେବେ ଚର୍ଚା ହେଉଛି ଯେ, ବିଜେପି ଫୋକସରେ ରହିଛି ଦିଲ୍ଲୀରେ ରହୁଥିବା ଓଡିଆ ଭୋଟ୍ ।

ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡିଆ ହୋଇଥିବାରୁ, ଓଡିଆବାସୀଙ୍କ ପାଖରେ ପହଂଚିବାକୁ ଏଭଳି ଯୋଜନା କରାଯାଇଛି । ବିଜେପିର ୪୦ ତାରକା ପ୍ରଚାରକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ, ହେମା ମାଳିନୀ, ହଂସରାଜ ହଂସ , ରବି କିଶନ ଏବଂ କ୍ରିକେଟରରୁ ନେତା ବନିଥିବା ଗୌତମ ଗମ୍ଭୀରଙ୍କ ନାଁ ରହିଛି ।