କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ

165

କନକ ବ୍ୟୁରୋ : କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର  ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ କହିଛନ୍ତି କି କୋଭିଡ-୧୯ ମହାମାରୀ ସମୟରେ ମୋଦି ସରକାର ଓଡିଶା ପାଇଁ ୨୨ ଲକ୍ଷ ୨୬ ହଜାର ୭୬୬ କୋଟି ଟଙ୍କାର ପ୍ୟାକେଜ୍ ପ୍ରଦାନ କରିଛନ୍ତି । ଯାହା ମଧ୍ୟରେ ଯାହା ମଧ୍ୟରେ ରହିଛି ୧୯ ଲକ୍ଷ ୪ ହଜାର୨୪୨ କୋଟି ଟଙ୍କା,୭ ଳକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ, ୪୪ ହଜାର ୧୩୦ ଟନ୍ ଡାଲି, ୬୮.୭୯ ଲକ୍ଷ ଏଲିପିଜି ସିଲିଣ୍ଡର ଅନ୍ତର୍ଭୁକ୍ତ । ଏହାକୁ ସମ୍ପୁର୍ଣ୍ଣ ବାଖ୍ୟା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା –

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ମୁଣ୍ଡ ପିଛିା ୫ କେ.ଜି ଚାଉଳ ଯୋଗାଇ ଦେଇଥିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି ।

– ପ୍ରତି ପରିବାରକୁ ୧ କେ.ଜି ଡାଲି ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଳକ୍ଷ ହିତାଧିକାରୀଙ୍କୁ ଡାଲି ଯୋଗାଇ ଦିଆଯାଇଛି । ଏଥିରେ କେନ୍ଦ୍ରସରକାର ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦେଇଛନ୍ତି ।

– ଜନଧନ ଯୋଜନାରେ ଆକାଉଣ୍ଟଧାରୀ ମହିଳା ମାନଙ୍କ ପାଇଁ  ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

– ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସପି) ଯୋଜନାରେ ବରିଷ୍ଟ ନାଗରିକ, ବିଧବା, ଦିବ୍ୟାଙ୍ଗ ଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

– ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

– କରୋନା ସମୟରେ ଓଡିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ ପାଣ୍ଠିରୁ ମୁଣ୍ଡ ପିଛା ୧୫ ଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

– ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ହିତାଧିକାରୀ ମାନଙ୍କୁ ମାଗଣାରେ ୩ ଟି ଏଲପିଜି ସିଲିଣ୍ଡର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାକୁ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି ।

– ଓଡିଶାର ୧.୫୪ ଲକ୍ଷ ଇପିଏଫ୍ଓ ଆକାଉଣ୍ଟଧାରୀଙ୍କୁ ଇ- ଚାଲାଣ କମ୍ ରସିଦ୍ ଆକାରରେ ୫୯.୦୭ କୋଟି ଦିଆଯାଇଛି ।

– ଓଡିଶାର ୪୦.୬୬୬ ଇପିଏଫ୍ଓ ହିତାଧିକାରୀ ୮୭.୭୧ କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ।

– ଓଡିଶାର ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ % ଇପିଏଫ୍  ଭାରତ ସରକାର ଦେଇଛନ୍ତି । ଏଥିପାଇଁ କେନ୍ଦ୍ରସରକାର ୧୦୧.୪୮ କୋଟି ଟଙ୍କା ଦେଇଛନ୍ତି ।

ଓଡିଶା ସରକାରଙ୍କୁ ସହାୟତା :-

– ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡିଶାକୂୁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି ।

– ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡିଶାକୁ ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ  କରାଯାଇଥିବା ବେଳେ ୧୧୨୯ କୋଟି ଟଙ୍କା ଦିଆଯାଇଛି ।

– ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦ ()ଜିଏସଡିପି)ର ୦.୫ ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ ୨,୮୫୮ କୋଟି ଋଣ ନେବା ପାଇଁ ଓଡିଶାକୁ ଅନୁମତି ଦିଆଯାଇଛି ।

– ଓଡିଶାକୁ ଆଶ୍ରୟସ୍ଥଳ ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ରସରକାର ଏସଡିଆରଏଫ୍ କୁ୨ ହଜାର ୧୩୯ କୋଟି ଅଗ୍ରୀମ ରାଶି ଜାରୀ କରାଯାଇଛି । ତା ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି ।

– ଓଡିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ ୨୭୧.୭୫ କୋଟି ଟଙ୍କା ଦିଆଯାଇଛି ।

– ବିନିଯୋଗ କରିବା ପାଇଁ ଡିଏମଏଫ୍ ପାଣ୍ଠିରୁ ୨ ହଜାର ୧୨ କୋଟି ମଞ୍ଜୁର ଦିଆଯାଇଥିବା ବେଳେ ୬୪.୫ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ।

– ଏନଡିଆରଏଫ୍ ପାଣ୍ଠିରୁ ୧୭୯. ୬୪ କୋଟି ଜାରୀ କରାଯାଇଛି ।

– ୨୦୨୦ ମଇ ମାସରେ ହୋଇଥିବା ଅମ୍ଫନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି ।

– ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ  ଗୁଡିକ ଲକ୍ ଡାଉନ ସମୟରେ ଓଡିଶାର ବିଦ୍ୟୁତ୍ ବିତରଣ ସଂସ୍ଥା କୁ ବିଜୁଳି କିଣିବା ପାଇଁ ୮୪.୯୩ କୋଟିର ରିହାତି  ପ୍ରଦାନ କରାଯାଇଛି ।

– ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନ ଅଧିନରେ ଓଡିଶା ପାଇଁ ୮୧୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

– ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଓଡିଶାରେ ଚିହ୍ନଟ ହୋଇଥିବା ୬୩.୨୨୨ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର କରାଯାଇଛି ।

ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନା :

– ବର୍ଷ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ ଜାରୀ କରାଯାଇଛି । ଏହା ୯.୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିଛି ।

–  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧିନରେ ଓଡିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି ।

ଅତିରିକ୍ତ ପ୍ରୋତ୍ସାହନ ପ୍ୟାକେଜ୍ –

– ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଂଇଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ମାନେ ଲାଭ ପାଇବେ । ବିଭିନ୍ନ ସାମଗ୍ରୀ କିଣିଲେ ଏଥିରୁ ଟିକସ ମୁକ୍ତ ରହିବ ।

– ବିନା ସୁଧରେ ସରକାରୀ କର୍ମଚାରୀଙ୍କ ପାଇଁ ୧୦ ହଜାର ଟଙ୍କିଆ ଅଗ୍ରୀମ ଯୋଜନା ଘୋଷଣା କରାଯାଇଛି । ସର୍ବାଧିକ ୧୦ ଟି କିସ୍ତିରେ କର୍ମଚାରୀ ମାନେ ଏହାର ଭରଣା କରିପାରିବେ ।

– ରାଜ୍ୟ ଗୁଡିକୁ ୧୨ ହଜାର କୋଟି ଟଙ୍କାର ୫୦ ବର୍ଷିୟା ସୁଧମୁକ୍ତ ଋଣ ପ୍ରଦାନ କରାଯିବ ।

ସ୍ୱାସ୍ଥ୍ୟ –

– କୋଭିଡ୍ -୧୯ ପରିଚାଳନା ନିମନ୍ତେ ଓଡିଶାକୁ ୧୦୨ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ।

– ଏମସ୍ ଭୁବନେଶ୍ୱର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ସେଠାରେ ୪୫ ଆଇସିୟୁ ବେଡ୍ ସହ ୨୭୮ ବେଡ୍ ରହିଛି ଏବଂ ୩୬ ଟି ଭେଣ୍ଟିଲେଟର ସୁବିଧା ରହିଛି ।

– ୮.୫୦ ଲକ୍ଷ ଏନ୍ ୯୫ ମାସ୍କ , ୨.୫୩ ଲକ୍ଷ ପିପିଇ କିଟ୍, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭ ଭେଣ୍ଟିଲେଟର ଓଡିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

– କେନ୍ଦ୍ରୀୟ ରାଷ୍ଟ୍ରାୟତ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।

କୃଷକ –

ନିକଟରେ କୃଷି ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ ବିଲ୍ ୨୦୨୦) ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତି ଭିତ୍ତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ , ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ଗୃହିତ ହୋଇଛି । ଏହି ନୂଆ ନୀତି କାରଣରୁ ରାଜ୍ୟର ଚାଷୀ ମାନେ ଏପିଏମସି (ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ୍ ମାର୍କେଟ୍ କମିଟି) ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ମଧ୍ୟ ସମର୍ଥ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଯେକୌଣସି ସ୍ଥାନରେ ଚାଷୀ ମାନେ କୃଷିଜାତ ସାମଗ୍ରୀ କିଣି ପାରିବେ ଓ ବିକ୍ରି କରିବାର ସ୍ୱାଧିନତା ପାଇବେ । ଏହି ନୂଆ କୃଷିନୀତି କଣ୍ଟାକ୍ଟ ଫାମିିଂକୁ ସୁବିଧା ପ୍ରଦାନ କରିବ ।

– ଆତ୍ମନିର୍ଭର ଭାରତ ପ୍ୟାକେଜ୍ ରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମି ଓ ଫାର୍ମ ଗେଟ୍ କୁ ମଜଭୁତ୍ କରିବ ।

– କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧିନରେ ନାବାର୍ଡ ଦ୍ୱାରା ଓଡିଶାରେ ୨୮.୧୩ କୋଟି ମୂଲ୍ୟର ୧୦୩ ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।

– ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡିଶାର ୧୫ ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ ।

– ପଶୁପାଳନ, ଦୁଗ୍ଧ ଭିତ୍ତିଭୂମିର ବିକାଶ ପାଣ୍ଠିରେ ୧୫ ହଜାର କୋଟି ଦ୍ୱାରା ଓଡିଶା ଓ ଭାରତ ବର୍ଷର ଚାଷୀ ମାନେ ଉପକୃତ ହେବେ ।

– ୨୦୧୯ ରବି ଫସଲ ସମୟରେ ଓଡିଶାର ୨.୦୨ ଲକ୍ଷ ଚାଷରୀ ବୀମା ଦରଖାସ୍ତ ହୋଇଛି ।

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  (ଏମ୍ ଏସ୍ ପି) କ୍ୱିଣ୍ଟାଲ ପିଛା ୫୩ ଟଙ୍କା ବୃଦ୍ଧି କରାଯାଇଛି ।

– ମୁଗ ଡାଲିର ଏମଏସପି କ୍ୱିଣ୍ଟାଲ ପିଛା ୧୪୬ ଟଙ୍କା, ହରଡ ଡାଲି କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଟୁର ଡାଲି କ୍ୱିଣ୍ଠାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି ।

– ୨୦୨୦-୨୧ ରେ ଓଡିଶା ଚାଷୀଙ୍କ ଠାରୁ ୪୯.୪୩ କୋଟି ଡାଲି, ୭.୦୪୯ ଏମଏସପି ମୂଲ୍ୟରେ କିଣାଯାଇଛି ।

– ୨୦୨୦-୨୧ ରେ ୫୧୨୧ ଟଙ୍କା ଏମଏସପି ମୂଳ୍ୟରେ ୧୦.୯୨ କୋଟିର ତୈଳଜାତ ସାମଗ୍ରୀ କିଣାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ –

– ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି । ଏହା ଭାରତରେ ଫେୟାର ପ୍ରାଇସ୍ ସପ୍ ସ୍ଥାପିତ କରିବ । ଓଡିଶାରେ ଥିବା ୩.୩ କୋଟି ପିଡିଏସ୍ ଜନସଂଖ୍ୟାକୁ ଅଗଷ୍ଟ ୨୦୨୦ ସୁଦ୍ଧା ୮୩ ପ୍ରତିଶତ କଭର କରିବ ଓ ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ କରିବ ।

– ଓଡିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା ୪.୪୦ ଳକ୍ଷ ଯାତ୍ରୀ ଯାତାୟତ କରିଛନ୍ତି ।

– ମିଶନ ବନ୍ଦେ ଭାରତରେ ବିମାନ ଯୋଗେ ଫସି ରହିଥିବା ଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା ହୋଇଛି ।

– ସହରାଞ୍ଚଳର ଗରିବ ମାନଙ୍କ ପାଇଁ ପିଏମ୍ ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଭଡା ଘରକୁ ବିକଶିତ କରାଯାଇଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜ୍ –

– ଓଡିଶାରୁ ୩୯ ଲକ୍ଷ ମୁଦ୍ରା ଋଣ ହିତାଧିକାରୀଙ୍କୁ ୨ ପ୍ରତିଶତ ସୁଧରେ ଦିଆଯାଇଛି ।

– ଓଡିଶାରେ ଥିବା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଟୀଙ୍କ ପାଇଁ ୧୦ ରୁ ୨୦ ଲକ୍ଷ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯାଇଛି ।

– କୋଇଲାର ବିାଣିିଜ୍ୟିକ ଖନନ, ଅନ୍ୱେଷଣ, ଖଣି, ଉତ୍ପାଦନ ତଥା କ୍ୟାପଟିଭ୍ ଏବଂ ନନ୍ କ୍ୟାପଟିଭ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ହଟାଇବା ଓଡିଶାର ଖଣି ବ୍ୟବସାୟକ ଲାଭ ଦେବ ।