ବାଲେଶ୍ୱରରେ ପ୍ରଚାର ଲଢେଇ। ମୈଦାନରେ ଅଛନ୍ତି ବଡ ବଡ ନେତା। ରୋଡ୍ ସୋ' କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱରରେ ପ୍ରଚାର ଲଢେଇ। ମୈଦାନରେ ଅଛନ୍ତି ବଡ ବଡ ନେତା। ରୋଡ୍ ସୋ' କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ତେବେ ଅନ୍ତିମ ଲଢ଼େଇ ପାଇଁ ୬ଟି ଲୋକସଭା କ୍ଷେତ୍ରରୁ ୪୯ ଜଣ ସାଂସଦ ପ୍ରାର୍ଥୀ ବ୍ୟଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବାବେଳେ ୪୨ଟି ବିଧାନସଭା ଆସନକୁ ଦଖଲ କରିବା ପାଇଁ ୪୦୯ ଜଣ ପ୍ରାର୍ଥୀ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ତିମ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧିନସ୍ଥ ଥିବା ୪୨ଟି ଆସନରେ କଡ଼ା ମୁକାବିଲା କରିବାକୁ ପ୍ରମୁଖ ଦଳର ଶୀର୍ଷ ନେତାମାନେ ରଣାଙ୍ଗନ କ୍ଷେତ୍ରରେ ରଣ ହୁଙ୍କାର ଦେଉଛନ୍ତି ।

publive-image

ଏହି ପ୍ରରିପେକ୍ଷୀରେ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ଜନତାଙ୍କ ନିକଟତର ହେବା ପାଇଁ ରାଜ୍ୟର ତିନି ପ୍ରମୁଥ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗ ନେତାମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରିବା ସହ ମାରାଥନ ରୋଡ ସୋ କରୁଛନ୍ତି । ତେବେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି ।

publive-image

ବଡ କଥା ହେଲା, ପ୍ରତାପଙ୍କ ରୋଡ ସୋ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ପ୍ରାର୍ଥୀ ଏବଂ ଅନ୍ୟ ପ୍ରାର୍ଥୀଙ୍କ ସହ ମିଶି ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ।  ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରାଯାଉଛି। ବାଲେଶ୍ୱର ସହରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରୋଡ ଶୋରେ ସହର ପରିକ୍ରମା କରିଥିଲେ। ତେବେ ଏହି ରୋଡ ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ।

publive-image
ଅନ୍ୟପଟେ, ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପିର ବଡ ନେତା ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତି ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ଏହି ଲୋକସଭା ଆସନ ପାଇଁ ନୂଆ ରଣନୀତି ଆପଣେଇଛିି । ଆଉ ସାଇକେଲରରେ ବୁଲି ବୁଲି ପ୍ରଚାର କରୁଛନ୍ତି ନବଜ୍ୟୋତି ଓ ଅନ୍ୟ କଂଗ୍ରେସ ପ୍ରାର୍ଥୀ । ସାଇକେଲରେ ତାଙ୍କ ସହ ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମାନଓ ଦାସ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ସମର୍ଥକ ବି ସାମିଲ ହୋଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe