ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର: ରୁପସା ଦଲଦଲି ପଡିଆରେ ଜନସଭାକୁ ସଂବୋଧନ; ପ୍ରାର୍ଥୀ ମାନସ ଦତଙ୍କ ପାଇଁ ମାଗିବେ ଭୋଟ୍

126

କନକ ବ୍ୟୁରୋ: ତିର୍ତୋଲ ପରେ ବାଲେଶ୍ୱରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଫାତ୍ ହେଉଛି ତିର୍ତୋଲ ପାଇଁ ଭର୍ଚୁଆଲ୍ ରାଲି କରିଥିଲେ ଧର୍ମେନ୍ଦ୍ର । ଏବେ ବାଲେଶ୍ୱରରେ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର କରିବାକୁ ପଡିଆକୁ ଓହ୍ଲାଇଛନ୍ତିା ରୁପସା ଦଲଦଲି ପଡିଆରେ ଜନସଭାକୁ ସଂବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା କଟକଣା ଭିତରେ ଏହି ଜନସଭା ପାଇଁ ଆବଶ୍ୟକ ଆୟୋଜନ କରାଯାଇଛି ।

ବିଜେପି ନେତା ଓ କର୍ମୀ ଜନମତକୁ ପ୍ରଭାବିତ କରିବା ପାଇଁ ମଂଚ ଲଗାଇଛନ୍ତି । ବାଲେଶ୍ୱର ସଦର ବାସିନ୍ଦାଙ୍କ ଗହଳି ଭିତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କଣ କହିବେ କେନ୍ଦ୍ରମନ୍ତ୍ରୀ , ତାଉପରେ ନଜର ରହିଛି । କାରଣ ତିର୍ତୋଲ ନିର୍ବାଚନ ମଣ୍ଡଳିର ପ୍ରାୟ ୧୦ ହଜାର କର୍ମୀଙ୍କ ସହ ଯୋଡି ହୋଇ ଶାରଳା ସୂତାକଳରୁ ଆରମ୍ଭ କରି ମାମୁଁ ଭଣଜା ଘାଇ ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ ଧର୍ମେନ୍ଦ୍ର ।