ନିଲାମପ୍ରାପ୍ତ ବାଲିଘାଟରେ ବିଜେପି ନେତ୍ରୀଙ୍କ ଦାଦାଗିରି : ବାଲି ଟ୍ରକ ଅଟକାଇବା ସହ ଲୋକ ଲଗାଇ ଖୋଳିଲେ ରାସ୍ତା

340

କନକ ବ୍ୟୁରୋ : କୋଭିଡ ନିୟମକୁ ଉଲଂଘନ କରି ବାଲିଘାଟରେ ବିଜେପି ନେତ୍ରୀଙ୍କ ହଙ୍ଗାମା । ଏଭଳି ଚିତ୍ରଧର୍ମଶାଳା ତହସିଲର ଉତରପ୍ରତାପ ପଂଚାୟତରେ ଦେଖିବାକୁ ମିଳିଛି । ସରକାରୀ ଭାବେ ନିଲାମପ୍ରାପ୍ତ ବାଲିଘାଟରେ ଧର୍ମଶାଳାର ବିଜେପି ନେତ୍ରୀ ସ୍ମୃତିରେଖା ପହି ନିଜର ୨ଶହରୁ ଅଧିକ ସମର୍ଥକଙ୍କୁ ଧରି ବାଲି ବୋଝେଇ ଗାଡ଼ି ଗୁଡ଼ିକ ଅଟକାଇବା ସହ ଲୋକ ଲଗାଇ ବାଲିଘାଟ ରାସ୍ତାକୁ ତାଡି ଦେଇଛନ୍ତି । ତେବେ ବିଜେପି ନେତ୍ରୀଙ୍କ ଏପରି କାର୍ଯ୍ୟକୁ ଲିଜଧାରୀ ବିରୋଧ କରିବା ସହ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହ ସ୍ମୃତିରେଖାଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ଧର୍ମଶାଳା ଥାନା ଅଧିକାରୀ କହିଛନ୍ତି ।