ଧର୍ମଶାଳା ଯୁବତୀଙ୍କ ମିଳିଲା ପତ୍ତା । କିଡନାପ ପରେ କଟକରୁ ଉଦ୍ଧାର ହେଲେ ଅପହୃତ ଯୁବତୀ । ୧୨ ଦିନ ହେଲା ଥିଲେ ଅପହରଣକାରୀଙ୍କ କବଜାରେ…

599

କନକ ବ୍ୟୁରୋ: ଉଦ୍ଧାର ହେଲେ ଅପହୃତା ଯୁବତୀ । ଧର୍ମଶାଳାରୁ ବିହାର ଷ୍ଟାଇଲରେ କିଡନାପ ହୋଇଥିବା ଯୁବତୀ ଉଦ୍ଧାର ହୋଇଛନ୍ତି । ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ତାଙ୍କୁ କଟକରୁ ଉଦ୍ଧାର କରି ଯାଜପୁର ଧର୍ମଶାଳା ଅଣାଯାଉଥିବା ସୂଚନା ଦେଇଛନ୍ତି ଧର୍ମଶାଳା ଆଇଆଇସି । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଥିଲେ ଯୁବତୀ । ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତନ ଓ ବିବାହ କରିବା ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ହୋଇଥିଲା । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ କରିବା ସହ ଭଲ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଥିଲେ ଅପହୃତ ଯୁବତୀଙ୍କ ପରିବାର ଲୋକ ।

ତେବେ କୌଶଳ କ୍ରମେ ଘର ଲୋକଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ ନିବେଦନ କରିଥିଲେ ଅପହୃତ ଯୁବତୀ । ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତା ମିଳିନଥିଲା । ଶେଖ ଅବଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯାଜପୁର ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।