କନକ ବ୍ୟୁରୋ: ବିଜେଡିର ଦୁର୍ଗ କୁହାଯାଉଥିବା ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ଧର୍ମଶାଳାରୁ ବିଜେଡିର କିଏ ପ୍ରାର୍ଥୀ ହେବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।
- ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର
- ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ
ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିର ପ୍ରଶିକ୍ଷଣ ଆୟୋଜନ ଚଳାଇଛନ୍ତି । ଶିବିରରେ ନେତା ଓ କର୍ମୀଙ୍କ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଅନ୍ୟପଟେ ଦିନକ ପୂର୍ବରୁ ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ ଶ୍ରମିକଙ୍କ ସମାବେଶ କରିବା ସ୍ଥାନୀୟ ରାଜନୀତିକୁ ଉଷ୍ଣ କରିଛି । ଆଗାମୀ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ହେଉଛି । ତେବେ ପ୍ରଣବ କହିଛନ୍ତି, ଧର୍ମଶାଳାର ଭୋଟର ବିକାଶ ଓ ନବୀନଙ୍କ ସହ ଅଛନ୍ତି । ନିର୍ବାଚନ ଆସିଲେ ଏମିତି ଘଟଣା ଦେଖିବାକୁ ମିଳେ ।
ଅନ୍ୟପଟେ ପ୍ରଣବଙ୍କ ସହ ସ୍ୱର ମିଳାଇଛନ୍ତି ସ୍ଥାନୀୟ ବିଜେଡି ନେତା । ତେବେ ଧର୍ମଶାଳା ବିଜେଡି ଭିତରେ ଗୋଷ୍ଠୀ ବିବାଦ ଅଧିକ ନଥିଲେ ବି ବିବାଦ ରହିଛି ବୋଲି କହିଛନ୍ତି ସ୍ଥାନୀୟ ସାମ୍ବାଦିକ । ସୂଚନାଯୋଗ୍ୟ ଯେ, ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ କଳ୍ପତରୁ ଦାସଙ୍କ ପରେ ପୁଅ ପ୍ରଣବ ବଳବନ୍ତରାୟ ବିଜୟୀ ହୋଇ ଆସୁଛନ୍ତି । କିନ୍ତୁ ସେହି ନିର୍ବାଚନମଣ୍ଡଳୀରେ ଶ୍ରୀକାନ୍ତ ସାହୁ ସଂଗଠନ କରୁଥିବାରୁ ଏହା ଆଲୋଚନାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/as.jpg)