ଘୋଷଣା ହେଲା ଧର୍ମପଦ ପୁରସ୍କାର । ୫ ବର୍ଷ ଲାଗି ଦିଆଯିବ ଏହି ସମ୍ମାନଜନକ ପୁରସ୍କାର

186

କନକ ବ୍ୟୁରୋ : ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ସବୋଚ୍ଚ  ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ୨୦୧୬ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ପାଇବାକୁ ଥିବା ୫ବର୍ଷ ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପ୍ରାଣୀଗ୍ରୀ ସଂସ୍କୃତି ବିଭାଗ ପରିସରରେ ଏହି ପୁରସ୍କାର ପାଇଁ ଘୋଷଣା କରିଛନ୍ତି ।

୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ମସିହା ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦିଶ ଚନ୍ଦ୍ କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।

ଧର୍ମପଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍, ତାମ୍ରଫଳକ ଓ ଉପଢୌକନ ପ୍ରଦାନ କରାଯିବ । ସେହିପରି ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ତାମ୍ରଫଳକ ଓ ଉପଢøକନ ଦିଆଯିବ ।