ହଠାତ ବନ୍ଦ ହୋଇଗଲା ଧାନମଣ୍ଡି । ପଡିରହିଛି ଶହଶହ କୁଇଂଟାଲ ଧାନ, ତେଜିଲା ଚାଷୀ ଆନ୍ଦୋଳନ

Advertisment
ଧାନ ଛାଡ଼ି ଘରକୁ ଫେରିଲେ ଚାଷୀ : ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ; ନା ଧାନ ଉଠିଲା, ନା ମିଳିଲା ପ୍ରତିଶ୍ରୁତି

କନକ ବ୍ୟୁରୋ : କଳାହାଣ୍ଡି ଧର୍ମଗଡରେ ହଠାତ୍ ବନ୍ଦ୍ ହୋଇଯାଇଛି ଧାନମଣ୍ଡି । ହେଲେ ଏବେବି ବିଭିନ୍ନ ମଣ୍ଡିରେ ପଡି ରହିଛି ଶହ ଶହ କୁଇଂଟାଲ ଧାନ । ଧାନ ବିକ୍ରି କରିନପାରି ଚିନ୍ତାରେ ପଡିଛନ୍ତି ଚାଷୀ । ଚାଷୀମାନେ କହିଛନ୍ତିି, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ହେବ ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏବେଠୁ ମଣ୍ଡି ବନ୍ଦ କରିଦେଇଛି ସ୍ଥାନୀୟ ପ୍ରଶାସନ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ ।

ଧାନ କିଣା ନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ଏପରିକି ସରକାର ଧାନ ନଉଠାଇଲେ ମଣ୍ଡି ପରିସରରେ ଗଦା ହୋଇଥିବା ଧାନକୁ ଜାଳି ଦେବେ ବୋଲି କହିଛନ୍ତି । ସେପଟେ ଚାଷୀ ସମସ୍ୟା ନେଇ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଛନ୍ତି ଯୋଗାଣ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe