କନକ ବ୍ୟୁରୋ : କଳାହାଣ୍ଡି ଧର୍ମଗଡରେ ହଠାତ୍ ବନ୍ଦ୍ ହୋଇଯାଇଛି ଧାନମଣ୍ଡି । ହେଲେ ଏବେବି ବିଭିନ୍ନ ମଣ୍ଡିରେ ପଡି ରହିଛି ଶହ ଶହ କୁଇଂଟାଲ ଧାନ । ଧାନ ବିକ୍ରି କରିନପାରି ଚିନ୍ତାରେ ପଡିଛନ୍ତି ଚାଷୀ । ଚାଷୀମାନେ କହିଛନ୍ତିି, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ହେବ ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏବେଠୁ ମଣ୍ଡି ବନ୍ଦ କରିଦେଇଛି ସ୍ଥାନୀୟ ପ୍ରଶାସନ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ ।
ଧାନ କିଣା ନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ଏପରିକି ସରକାର ଧାନ ନଉଠାଇଲେ ମଣ୍ଡି ପରିସରରେ ଗଦା ହୋଇଥିବା ଧାନକୁ ଜାଳି ଦେବେ ବୋଲି କହିଛନ୍ତି । ସେପଟେ ଚାଷୀ ସମସ୍ୟା ନେଇ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଛନ୍ତି ଯୋଗାଣ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-17-16h21m31s900.png)