ଆକ୍ସନ ମୋଡରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ: ସମ୍ବର୍ଦ୍ଧନା ସଭାରେ ବ୍ଲକ କର୍ତ୍ତୃପକ୍ଷଙ୍କୁ ପଚାରିଲେ ପ୍ରଶ୍ନ

Advertisment
ଆକ୍ସନ ମୋଡରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ: ସମ୍ବର୍ଦ୍ଧନା ସଭାରେ ବ୍ଲକ କର୍ତ୍ତୃପକ୍ଷଙ୍କୁ ପଚାରିଲେ ପ୍ରଶ୍ନ

କନକ ବ୍ୟୁରୋ: ପ୍ରଥମରୁ ଆକ୍ସନ ମୋଡରେ ଯାଜପୁର ଜିଲ୍ଳା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ନବ ନିର୍ବାଚିତ ବିଧାୟକ ଗତକାଲି ଦିନ ଗୋଟାଏ ବେଳେ ଓଏଲଏମ ବୈଠକରେ ଯୋଗଦେଇ ଅଭିନନ୍ଦନ ଗ୍ରହଣ କରିବା ସହ ସମସ୍ତେ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହାପରେ ବିଧାୟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବ୍ଲକ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସରକାରୀ ଟଙ୍କାରେ ନିର୍ମିତ ଧର୍ମଶାଳା ଷ୍ଟାଡିୟମ, ଧର୍ମଶାଳା ଭବନ, ଧର୍ମଶାଳା କ୍ଲବ, ଦେଉଳି ଭବନ ପ୍ରଭୃତି ଘରକୁ କେଉଁ ଆଧାରରେ ନିଲାମ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବ୍ଲକ କର୍ତୃପକ୍ଷ। ସରକାରୀ ଚାକିରୀ କରି ସାଧାରଣ ଲୋକଙ୍କ ଟିକସ ପଇସାରେ ଦରମା ପାଉଛନ୍ତି ମାତ୍ର କାମ କରୁନାହାନ୍ତି । ତେଣୁ ଚାକିରୀ ଛାଡି ଦିଅନ୍ତୁ ବୋଲି ବିଧାୟକ ସିଧା ସିଧା ତାଗିଦ କରିଥିଲେ। ଏପରିକି ସମ୍ପୃକ୍ତ ଘର ଗୁଡିକୁ ତୁରନ୍ତ ତାଲା ପକାଇ ଦେବାକୁ ବ୍ଲକ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ତେବେ ପ୍ରଥମ ଦିନରୁ ବିଧାୟକଙ୍କ ଏପରି କଡା ଆଭିମୁଖ୍ୟ ଦେଖି ବ୍ଲକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe