କଳାହାଣ୍ଡି ଧର୍ମଗଡ ମେଡିକାଲରେ ଦୁଇ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ : ରୋଗୀଙ୍କୁ ଛାଡିବାକୁ କେନ୍ଦ୍ରକରି ହସ୍ପିଟାଲରେ ଭଙ୍ଗାରୁଜା

87

କନକ ବ୍ୟୁରୋ : କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ମେଡ଼ିକାଲରେ ନିଶାଶକ୍ତ ଯୁବକଙ୍କ ଉନ୍ମକ୍ତକାଣ୍ଡ । ରୋଗୀଙ୍କୁ ହସ୍ପିଟାଲରୁ ଛାଡିବାକୁ କେନ୍ଦ୍ର କରି ହସ୍ପିଟାଲ ଭିତରେ ଦୁଇ ଜଣ ଯୁବକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏମିତି କିଛି ହସ୍ପିଟାଲରେ ଥିବା ସୁରକ୍ଷା କର୍ମଚାରୀ, ଷ୍ଟାଫ ନର୍ସଙ୍କ ଗାଳି ଗୁଲଜ ସହ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଧର୍ମଗଡ଼ ତାଳପଦର ଗାଁର ଦୁଇ ଜଣ ଯୁବକ, ଚିକିତ୍ସାରତ ନିଜ ସମ୍ପର୍କୀୟଙ୍କୁ ରିଲିଫ କରିବାକୁ ଅଡ଼ି ବସିଥିଲେ । ହସ୍ପିଟାଲ କର୍ମଚାରୀ ଦସ୍ତଖତ କରିଯିବା ପାଇଁ କହିଥିଲେ । ଏହି କଥାକୁ ନେଇ ସେମାନ ଉତ୍ତକ୍ଷିପ୍ତ ହୋଇ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।