କନକ ବ୍ୟୁରୋ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଧନୁଷଙ୍କ ପାଖରେ ଏବେ ଅଫର ପରେ ଅଫର । ଟଲିଉଡ ଓ ବଲିଉଡ ପରେ ଏବେ ହଲିଉଡରେ ଜଲୱା ଦେଖାଇବେ ଧନୁଷ । ହଲିଉଡ୍ ମୁଭି ‘ଦ ଗ୍ରେ ମ୍ୟାନ୍ ‘ରେ ଅଭିନେତା ଧନୁଷ ନିଜର ଯାଦୁ ଦେଖାଇବେ । ଏହି ଆକ୍ସନ ଥ୍ରିଲର ମୁଭିରେ ଧନୁଷଙ୍କ ଆକ୍ସନକୁ ଦେଖିବେ ଦର୍ଶକ । ସିନେମାଟି ଖବଶିଘ୍ର ନେଟଫିଲ୍ମରେ ଷ୍ଟ୍ରିମ ହେବ । ଆଣ୍ଟୋନି ଓ ଜୋ ରୁଷୋ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟିର ଶୁଟିଂ ୨୦୨୧ର ସରିଥିବା ଜଣାପଡିଛି ।

Advertisment

ତେବେ ଏହି  ସିନେମା ଖୁବ ଶିଘ୍ର ରିିଲିଜ୍ ହେବ ବୋଲି ଜଣାପଡିଛି । ଏଥିରେ ଧନୁଷ ହଲିଉଡ ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ୍ ଇଭାନ୍ସଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ଦେଖିବକୁ ମିଳିବ ।