ସେନାକୁ ଦିଆଗଲା ଦେଶର ସବୁଠାରୁ ଶକ୍ତିଶାଳୀ ଓ ଆଧୁନିକ ତୋପ, ଯାହାକୁ କୁହାଯାଉଛି ବୋଫର୍ସର ସ୍ୱଦେଶୀ ସଂସ୍କରଣ 

212

ଦେଶର ସବୁଠାରୁ  ଶକ୍ତିଶାଳୀ ଧନୁଷ ତୋପ ଶୁକ୍ରବାର ଦିନ ସେନାକୁ ହସ୍ତାନ୍ତର କରାଯାଇଛି । ସ୍ୱଦେଶୀ ଟେକନିକ ଦ୍ୱାରା ବିକସିତ ଏହି ତୋପ ଜବଲପୁରର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଛି । ଏହାକୁ ବୋଫର୍ସ ତୋପର ସ୍ୱଦେଶୀ ସଂସ୍କରଣ କୁହାଯାଏ ।

ଦୀର୍ଘ ଓ ଜଟିଳ ପ୍ରକ୍ରିୟା ପୁରା କରିବା ପରେ ଜବଲପୁରର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ନିର୍ମିତ ଧନୁଷ ତୋପ ଦେଶର ରକ୍ଷା ପାଇଁ ପ୍ରସ୍ତୁତ ଅଛି । ୧୫୫ ଏମଏମ ଇଣ୍ଡିଜିନିୟସ୍ ଆର୍ଟିଲେରୀ ଗନ୍ ଅର୍ଥାତ୍ ବୋଫର୍ସର ସ୍ୱଦେଶୀ ସଂସ୍କରଣ ଧନୁଷ ତୋପ ସମସ୍ତ ପରୀକ୍ଷଣ ପାସ କରିନେଇଛି । ଏହି ତୋପ ପାଇଁ ୨୦୧୧ରୁ କାମ ଆରମ୍ଭ କରାଯାଇଥିଲା, ଯାହା ୨୦୧୪ରେ ପୁରା ହେଲା । ଏହାପରେ ଲଗାତାର ୪ବର୍ଷ ଧରି ତୋପର ପରୀକ୍ଷଣ ଚାଲୁଥିଲା । ପ୍ରଥମ ଚରଣରେ ୬ ଧନୁଷ ତୋପର ଡେଲିଭରୀ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କରିଦିଆଯିବ ।

ବୋଫର୍ସର ସ୍ୱଦେଶୀ ସଂସ୍କରଣ କୁହାଯାଉଥିବା ଧନୁଷ ତୋପ ଏବେ ଦୁନିଆର ସବୁଠାରୁ ଆଧୁନିକ ଓ ଶକ୍ତିଶାଳୀ ତୋପ ମଧ୍ୟରୁ ଗୋଟିଏ । ଥଣ୍ଡା, ବର୍ଷା ଓ ଗରମ ପାଇଁ ଭିନ୍ନ ଭିନ୍ନ ପରିବେଶରେ ଏହାର ଟେଷ୍ଟିଙ୍ଗ କରାଯାଇଛି । ଏବଂ ଶେଷରେ ପୋଖରଣରେ ହୋଇଥିବା ଆର୍ଟିଲେରୀ ଗନ୍ ଟେଷ୍ଟକୁ ବି ଧନୁଷ ପାର କରିଥିଲା । ଗତ ମାସରେ ହିଁ ଫ୍ର‌୍ୟାକ୍ଟିକୁ ୧୧୪ ଧନୁଷ ତୋପର ନିର୍ମାଣର ଅର୍ଡର ମିଳିଛି । ସେନାକୁ ତୋପ ହସ୍ତାନ୍ତର କରିବା ପୂର୍ବରୁ ତାହାର ପୂଜା କରାଯାଇଥିଲା ।