କନକ ବ୍ୟୁରୋ : ସମ୍ବଲପୁର ଧନୁପାଲି ଅଂଚଳରେ ଚାଚଂଲ୍ୟ । ଆଠ ଦିନ ହେଲା ନିଖୋଜ ବିବାହିତ ମହିଳା ଆରତୀ ଦେବୀଙ୍କୁ ହତ୍ୟା କରାଯାଇ ଘର ଭିତରେ ପୋତିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳା ଚାଲିଛି । କିନ୍ତୁ ଏଯାଏ କିଛି ବାହାରିନି । ବର୍ଷକ ତଳେ କୁନାଲ ସିଂହ ଯାଦବଙ୍କୁ ଆରତୀ ଦେବୀ ବିବାହ କରିଥିଲେ ।
ଡିସେମ୍ବର ୩୧ ତାରିଖରୁ ଆରତୀ ଦେବୀ ନିଖୋଜ ଥିଲେ । ସେହିଦିନ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା ଓ ଆରତୀ କୁଆଡେ ଚାଲିଯାଇଥିବା ଧନୁପାଲୀ ଥାନାରେ ଅଭିଯୋଗ ହୋଇଥିଲା । ପରେ ଆରତୀଙ୍କ ଫୋନ ନ ଲାଗିବାରୁ ତାଙ୍କ ବାପା ସାକ୍ଷୀପଡା ଘରେ ତାଲା ପଡିଥିବା ଦେଖି ଥାନାରେ ଏତଲା ଦେଇଥିଲା । ଏହା ପରେ ପୋଲିସ ତନାଘନା ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/MATI.jpg)