କନକ ବ୍ୟୁରୋ : ଜମୁଛି ମହାରାଜ କଂସଙ୍କ ଦରବାର । ଗତକାଲି ଦ୍ୱିତୀୟ ସଂଧ୍ୟାରେ ମଥୁରା ନଗରୀରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତନ ଆଦି ମଂଚସ୍ଥ ହୋଇଥିଲା  । ସେପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କୁ ବସୁଦେବ ଗୋପପୁରରେ ପ୍ରବେଶ ଓ ସେଠାରୁ ବିଜୁଳି କନ୍ୟାକୁ ଆଣିବାର ଦୃଶ୍ୟ ମଂଚସ୍ଥ ହୋଇଥିଲା  ।

Advertisment

ଆଜି ମଥୁରା ନଗରୀରେ କଂସ ମହାରାଜଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜଦରବାରରେ କଂସଙ୍କ ମନ୍ତ୍ରଣା ଅଭିନୟ ମଧ୍ୟମେରେ ପ୍ରଦର୍ଶିତ ହେବ  । ସେପଟେ ଆଜି ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ, ନଗର ସଂକୀର୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଅଭିନୀତ ହେବ  ।