କନକ ବ୍ୟୁରୋ: କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ପରିଷଦ ଅଂଚଳ । ତରଭାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ହଜାର ହଜାର ଦର୍ଶକ ମୁକ୍ତ ମଂଚରେ ଶ୍ରୀକୃଷ୍ଣଙ୍କ ଲୀଳା ଅଭିନୟ ଦେଖିବା ସହ ମହାରାଜା କଂସଙ୍କ ରଂଗ ସଭା, ଚଳଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି ।

Advertisment

କଂସଙ୍କ ଅଟ୍ଟହାସ୍ୟରେ କମ୍ପିଛି ସୁୂବର୍ଣ୍ଣପୁର ଜିଲ୍ଲାର ତରଭା ଅଞ୍ଚଳ । ଦେଖିବାକୁ ମିଳିଛି ମହାରାଜା କଂସଙ୍କ ରାଜୁତି । ମହାରାଜା ଉଗ୍ରସେନଙ୍କଠାରୁ ରାଜ୍ୟଭାର ଗ୍ରହଣ କରିବା ପରେ ମହାରାଜା କଂସ ମଥୁରାରେ ରାଜୁତି କରୁଛନ୍ତି । ଅନ୍ୟପଟେ ଗୋପରେ ଚାଲିଛି କୃଷ୍ଣ ବଳରାମ ଦୁଇ ଭାଇଙ୍କ ବାଲ୍ୟଲୀଳା । ମହରାଜାଙ୍କର ରଂଗସଭାରେ ନୃତ୍ୟଗୀତର ଆସର ସାଂଗକୁ ଉଚ୍ଚକୋଟୀର ସଂଳାପ ଓ ମହାରାଜାଙ୍କ ଅଟ୍ଟହାସ୍ୟରେ ଦୁଲୁକି ଉଠିଛି ମଥୁରାନଗରୀ ।

ଧନୁଯାତ୍ରା ଦେଖିବା ପାଇଁ ତରଭା ସହର ପାଲଟିଛି ଜନସମୁଦ୍ର । ରଂଗସଭାର ଆସର, ମହାରାଜ କଂସଙ୍କ ସଂଳାପ, ଅଟ୍ଟହାସ୍ୟ, ପାରିଷଦ ବର୍ଗଙ୍କ ସହିତ କୃଷ୍ଣଙ୍କ ନିଧନ ପାଇଁ ମନ୍ତ୍ରଣା ଆଦି ଅଭିନୟ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ନୃତ୍ୟବାଦ୍ୟର ଧ୍ୱନିରେ ମହୋତ୍ସବ ପଡିଆ ପ୍ରକମ୍ପିତ ହେଉଛି । ଅନ୍ୟପଟେ ଗୋପାଙ୍ଗନାଙ୍କ ବିଳାପ ଗୀତରେ ବିମୋହିତ ହୋଇଛନ୍ତି ଦର୍ଶକ । ଦୀର୍ଘ ୯ଦିନ ଧରି ପାଳିତ ହେଉଥିବା ଧନୁଯାତ୍ରାରୁ ଲୋକେ ଖାଲି ଯେ ଭରପୁର ମନୋରଞ୍ଜନ ନେଉଛନ୍ତି ତାହା ନୁହେଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।