ଆଜିି ଧନତେରାସ : ପରମ୍ପରାକୁ ମାନି ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ; ବିଶ୍ୱାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଧନଲକ୍ଷ୍ମୀ

Advertisment
ଆଜିି ଧନତେରାସ : ପରମ୍ପରାକୁ ମାନି ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ; ବିଶ୍ୱାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଧନଲକ୍ଷ୍ମୀ

କନକ ବ୍ୟୁରୋ : ଆଲୁଅର ପର୍ବ ଦୀପାବଳୀ ପୂର୍ବରୁ ପାଳିତ ହୁଏ ଧନତେରସ । ଆୟୁର୍ବେଦର ଦେବୀଙ୍କ ପର୍ବ ଭାବେ ପାଳିତ ହେଉଥିବା ଏହି ପର୍ବ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଏକ ପ୍ରମୁଖ ପର୍ବର ରୂପ ନେଇଛି । ସୁନା ଗହଣା ବ୍ୟବସାୟୀମାନେ ଏହାକୁ ବଡ ଆକାରରେ ପାଳନ କରିଥାନ୍ତି । ଏହା ପଛର କାରଣ ହେଉଛି, ଲୋକଙ୍କ ବିଶ୍ୱାସ ଅଛି, ଏହି ଧନତେରସ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ତେଣୁ ଗହଣା ବ୍ୟବସାୟୀ ଏହି ଅବସରରେ ବେଶ୍ ଅଫରର ବର୍ଷା ବି କରିଥାନ୍ତି ।

ଲୋକମାନଙ୍କ ବିଶ୍ୱାସ ରହିଛି, ଧନତେରସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି । ଏହି ଦିନ ଲୋକମାନେ ସୁନା ଗହଣା ଦୋକାନରୁ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଏପଟେ ସାଧାରଣ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ଜ୍ୱେଲର୍ସ ବିଭିନ୍ନ ଅଫର ସହ ଗହଣା ବିକ୍ରି କରୁଛନ୍ତି । କରୋନା ସଂକ୍ରମଣ ପରେ ସାରା ଦେଶ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଏବେ ସୁଧାର ହେବା ସହ ବଜାରରେ ବି ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଧନତେରସରେ ଲୋକଙ୍କ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି ଜୁଏଲାରୀ ଦୋକାନୀ । କେଉଁଠି ଫ୍ଲାଟ୍ ରିହାତି ରହିଛି ତ ଆଉ କେଉଁଠି ଗହଣା ଅନୁସାରେ ବିଭିନ୍ନ ଅଫର ରହିଛି । ଲୋକଙ୍କ ସୁଲଭ ମୂଲ୍ୟରେ ଭଲ ମାନର ସୁନା, ଗହଣା ବିକ୍ରି କରିବାକୁ ଦିଆଯାଇଛି ପ୍ରାଥମିକତା ।

ଦିପାବଳୀର ପୂର୍ବଦିନକୁ ଧନତେରସ ବୋଲି କୁହାଯାଉଥିବା ବେଳେ ତିଥି ଅନୁସାରେ କାର୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀକୁ କୁହାଯାଏ ଧନତ୍ରୟୋଦଶୀ । ସୌଭାଗ୍ୟ ଓ ଧନର ଦିବସ ଭାବେ ଏହାକୁ ପାଳନ କରିଥାନ୍ତି ସମସ୍ତେ । ସେପଟେ ଗୁଜୁରାଟରେ ଏହି ଦିନକୁ ସେମାନଙ୍କ ନୂଆବର୍ଷ ଭାବେ ପାଳନ କରିଥାନ୍ତି ।ହେଲେ ଏନେଇ କୌଣସି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ନଥିବା କହିଛନ୍ତି ଜ୍ୟୋତିର୍ବିଦ ଡକ୍ଟର ପ୍ରମୋଦ ପାତ୍ର ।ସେପଟେ ହେତୁବାଦୀ ଡକ୍ଟର ପ୍ରତାପ ରଥ କହିଛନ୍ତି, ଏହା ଅମୁଳକ, ଯାହାର କୌଣସି ବିଶ୍ୱାସ ନାହିଁ । କରୋନା କାଳରେ ଲୋକଙ୍କ ପାଖରେ ଖାଇବାକୁ ଟଙ୍କା ନଥିବା ବେଳେ ସୁନା କିଣିବା ଏକ ବ୍ୟବସାୟୀକ ଚାଲ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe