ଆଜି ଧନତେରାସ ! ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗହଣା ଦୋକାନରେ ଆକର୍ଷଣୀୟ ଅଫର

223

କନକ ବ୍ୟୁରୋ : ଆଜି ଧନତେରାସ ପାଇଁ ଚଳଚଂଚଳ ଗହଣା ବଜାର । ସୁନା ରୁପା ବ୍ୟବସାୟୀମାନେ ଗହଣା ଦୋକାନକୁ ସୁନ୍ଦର ଭାବେ ସଜାଇଥିବା ବେଳେ ଭିତରେ ରଖିଛନ୍ତି ନୂଆ ଗହଣାର ସମ୍ଭାର । ଧନତେରାସରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସେ ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ଲୋକ ଆଜିର ଦିନରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିବାକୁ ପସନ୍ଦ କରିଥାନ୍ତି । ଧନତେରାସରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫରମାନ ଘୋଷଣା କରିଛନ୍ତି ଗହଣା ଦୋକନୀ । ଗତବର୍ଷ ଅପେକ୍ଷା ଏଥର ୨୦ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ବେପାରୀ ଆଶା ବାନ୍ଧିଛନ୍ତି