source : The Quint
ଧନତେରସ୍ ଅର୍ଥାତ ଧନ-ତ୍ରୈୟଦଶ। ଏହା ଦୀପାବଳୀର ଦୁଇ ଦିନ ପୂର୍ବରୁ ପଡ଼େ। ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି। ଧନତେରସକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନର ବିଶେଷତ୍ୱ ହେଉଛି କିଛି ନା କିଛି ବସ୍ତୁ କିଣି ମାଆ ଲକ୍ଷ୍ମୀଙ୍କୁ ଖୁସି କରାଯାଏ।
ଅଧିକାଂଶ ଲୋକେ ସୁନା, ରୂପା ଓ ହୀରା ଆଦି ଦାମୀ ବସ୍ତୁ କିଣି ଧନତେରସ୍ ପାଳନ କରିଥାନ୍ତି। କୌଣସି ଅଳଙ୍କାର କିଣିବାର ଥିଲେ ଲୋକେ ଏହି ଦିନକୁ ଅପେକ୍ଷା କରିଥାନ୍ତି। ମାତ୍ର ଆପଣ ଯଦି ଏପରି କୌଣସି ଦାମୀ ଜିନିଷ କିଣି ନ ପାରୁଛନ୍ତି ତେବେ ବିବ୍ରତ ହେବାର କୌଣସି କାରଣ ନାହିଁ। ଆହୁରି ଅନେକ ଜିନିଷ ଅଛି ଯାହା ଆପଣଙ୍କ ଧନତେରସ୍ କିଣିପାରିବେ।
ଧନତେରସ୍ ପାଳନ କରିବା ପାଇଁ ଆପଣ ନୂଆ ପୋଷାକ କିଣିପାରନ୍ତି। କେବଳ ପୋଷାକ ନୁହେଁ, ଚାମଚଟିଏ କିଣି ମଧ୍ୟ ଆପଣ ଧନତେରସ୍ ପାଳନ କରିପାରନ୍ତି। ଘର ପାଇଁ ଝାଡୁ, ବାସନକୁସନ, ପିତଳ କିମ୍ବା ତମ୍ବା ସାମଗ୍ରୀ, ଭଗବାନଙ୍କ ଫଟୋ ଆଦି ମଧ୍ୟ କିଣିପାରିବେ। ଦୀପାବଳୀ ପରି ଏହି ଦିନ ବି କେହି କେହି ଦୀପ ଜାଳି ନିଜ ଘରକୁ ଆଲୋକିତ କରିଥାନ୍ତି। ଧନତେରସ୍ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ।
Follow Us
/kanak/media/post_attachments/wp-content/uploads/2018/11/Dhanteras-300x194.png)
/kanak/media/post_attachments/wp-content/uploads/2018/11/11_2017_10_17_172633-300x222.jpg)