ଲୋନ ପାଇଁ ଆଉ ବ୍ୟାଙ୍କକୁ ଦୌଡିବାକୁ ପଡିବନି, ମୋବାଇଲ ଆପରେ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ । ମହେନ୍ଦ୍ର ସିଂ ଧୋନି କରୁଛନ୍ତି ଏହି ଆପ ପାଇଁ ପ୍ରଚାର

145

ସାଧାରଣତଃ ଲୋନ ପାଇଁ ଲୋକମାନଙ୍କୁ ବ୍ୟାଙ୍କ ଯିବାକୁ ପଡିଥାଏ । ଏଠାରେ ଗ୍ୟାରେଣ୍ଟି ବାବଦକୁ କିଛି ଜମା କରିବା ଓ କାଗଜପତ୍ର କାମ ପରେ ଲୋନ ମଳିଥାଏ । ତେବେ ଏହି ଲୋନ ପାଇବାକୁ ଲୋକମାନଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡିବାକୁ ପଡିଥାଏ । କିନ୍ତୁ ଏବେ ମୋବାଇଲ ଆପରେ ମଧ୍ୟ ଲୋନ ମିଳୁଛି । ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏପରିକି ଏହି ଆପ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଉପଲବ୍ଧ ହୋଇପାରୁଛି । ସବୁଠୁ ବଡ କଥା ହେଲା ଏହି ଲୋନ ପାଇବା ପାଇଁ ସାଧାରଲ ଲୋକଙ୍କୁ ବ୍ୟାଙ୍କ ଭଳି ବେଶି ଝିନଝଟର ମଧ୍ୟ ସାମ୍ନା କରିବାକୁ ପଡୁନାହିଁ ।

ଫୋନରେ ମିଳିବ ଲୋନ । ଏଭଳି ଆପ ହେଉଛି ଧାନୀ ଆପ୍ । ଯାହାର ପ୍ରଚାର ଏବେ ଜୋରସୋରରେ ଚାଲିଛି । ଏହି ଆପ କମ୍ପାନିର କହିବା ଅନୁଯାୟୀ, ଆମେ ଲୋକମାନଙ୍କୁ ବେଶ ସହଜରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଇଥାଉ । ଆଉ ଏଥିପାଇଁ ବାସ କେବଳ ଆଧାର କାର୍ଡର ଆବଶ୍ୟକତା ପଡିଥାଏ । ଆଧାର କାର୍ଡ ଯାଞ୍ଚ କରିବା ପରେ ଲୋକଙ୍କୁ ଲୋନ ମିଳିଯାଇଥାଏ । ଏହି ଧାନି ଆପର ପ୍ରଚାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କରୁଛନ୍ତି । ଯେଉଁଥିପାଇଁ ଏହି ଆପ ଏବେ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି ।

ଏହି ଧାନି ଆପକୁ ପ୍ରସ୍ତୁତ କରିଛି ଇଣ୍ଡିଆ ବୁଲ୍ସ କମ୍ପାନି । ଯାହାକୁ ଭାରତର କିଛି ଲୋକ ପୂର୍ବରୁ ମଧ୍ୟ ଜାଣିଛନ୍ତି । ଏହି ମୋବାଇଲ ଆପ ଦ୍ୱାରା ସାଧାରଣ ଲୋକ ବେଶ ସହଜରେ ଲୋନ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏହି ଆପ ଡାଉନଲୋଡ କରିବାକୁ ପଡିଥାଏ ଏବଂ ଲୋନ ପାଇଁ ଆବେଦନ କରିବାକୁ ପଡିଥାଏ ।

News courtesy: www.patrika.com