କନକ ବ୍ୟୁରୋ : ଝାଡଖଣ୍ଡ ଧନବାଦ କୋଇଲା ଖାଦାନରେ ବେଆଇନ ଭାବେ କୋଇଲା ଉର୍ତ୍ତୋଳନ କରାଯାଉଥିବା ବେଳେ କୋଇଲା ଅତଡା ଖସି ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣରୁ ଅଧିକ ଶ୍ରମିକ କୋଇଲା ଖାଦାନ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ହାଦସା ବୋରା ନାମକ ଖାଦାନରେ ଏଭଳି ଦୁର୍ଘଟଣା ଘଟିଛି ।

Advertisment

କୁହାଯାଉଛି କି, ଏଠାରେ ଦୈନିକ ଶହ ଶହ ଲୋକ ବେଆଇନ ଭାବେ କୋଇଲା ଉର୍ତ୍ତୋଳନ କରି ବିକ୍ରି କରିଥାନ୍ତି । ଶୁକ୍ରବାର ସକାଳେ କୋଇଲା ଖୋଳା ଚାଲିଥିବା ବେଳେ ହଠାତ ଖାଦାନର ଛାତ ଦବି ଯାଇଥିଲା । ଫଳରେ ଭିତରେ କୋଇଲା ଖୋଳୁଥିବା ଶ୍ରମିକମାନେ ଚାପି ହୋଇ ଯାଇଥିଲେ । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । କୋଇଲା ଭାଟି ତଳେ ଚାପି ହୋଇଥିବା ଲୋକଙ୍କ ମଧ୍ୟରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୮ରୁ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ସେପଟେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି କି, ସିଆଇଏସଏଫ ଓ ସ୍ଥାନୀୟ ପୋଲିସର ମିଳାମିଶାରେ ଏଠାରୁ କୋଇଲା ଖୋଳାଯାଇ ବେଆଇନ ଭାବେ ଚାଲାଣ ହେଉଛି । ଘଟଣା ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।