କନକ ବ୍ୟୁରୋ: କେନ୍ଦୁଝରର ବଳଦେବଜୀଉ ରଥର ଉଚ୍ଚତାକୁ ନେଇ ପୁରୀ ଗଜପତି କ୍ଷୋଭ ପ୍ରକାଶ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କ ସହ ପୁରୀ ସେବାୟତ ସ୍ୱର ମିଳାଇଥିବା ବେଳେ କେନ୍ଦୁଝରରେ ଏହାକୁ ନାପସନ୍ଦ କରାଯାଇଛି । କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ କହିଛନ୍ତି...
- ୧୬୭୧ ମସିହାରୁ କେନ୍ଦୁଝରରେ ରଥଯାତ୍ରା ହେଉଛି
- ବହୁ ପୁରୁଣା କାଳରୁ ରଥର ଉଚ୍ଚତା ୭୨ ଫୁଟ ନିର୍ଦ୍ଧାରଣ ହୋଇଛି
- ପ୍ରତିବର୍ଷ ରଥ ନିର୍ମାଣ ହୁଏନାହିଁ, କେବଳ ମରାମତି ହୋଇଥାଏ
- ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ ପାଇଁ ରଥରେ ଉଚ୍ଚତା ବଢ଼ାଯାଇନି
- ଏନେଇ ବିବାଦ ସୃଷ୍ଟି ହେବା ଉଚିତ ନୁହେଁ
- ୨ ବର୍ଷ ପରେ ଏଥର ରଥଯାତ୍ରା ହେବ
- କେନ୍ଦୁଝର ବଡ଼ଦାଣ୍ଡରେ କିପରି ସୁରୁଖୁରୁରେ ରଥ ଗଡିବ, ସେଥିପ୍ରତି ଧ୍ୟାନ ଦିଆଯାଉ
ସେପଟେ ରଥର ଉଚ୍ଚତାକୁ ନେଇ ବିବାଦ କରିବା ଅନୁଚିତ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି...
- ରଥର ଉଚ୍ଚତା କେତେ ହେବ ପୁରୀ କାର ଫେଷ୍ଟିଭାଲ୍ କୋଡ୍ ରହିଛି
- ୧୯୮୪ରେ ହୋଇଥିବା ନିୟମ ଅନୁଯାୟୀ ରଥର ଉଚ୍ଚତା ନିର୍ଦ୍ଧାରଣ କରାଯାଇଛି
- ଆଇନ ବିଭାଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଏହା ସ୍ଥିର କରିଛନ୍ତି
- କେନ୍ଦୁଝରରେ ସେଠାକାର ପରମ୍ପରା ଅନୁସାରେ ରଥ ହେଉଛି
- ପୁରୀ ରଥର ମର୍ଯ୍ୟାଦା ଏଥିରେ କ୍ଷୁର୍ଣ୍ଣ ହେବନାହିଁ
- ପୁରୀର ପରମ୍ପରା ଓ ନୀତିକାନ୍ତି ସଂପୂର୍ଣ୍ଣ ଭିନ୍ନ
- ଗିନିଜ୍ ବୁକ୍ ଅଫ୍ ରେକର୍ଡସ ଠାରୁ ବହୁ ଉଦ୍ଧ୍ୱର୍ରେ ଜଗନ୍ନାଥ
- ଏହି ପ୍ରସଙ୍ଗରେ ବିବାଦ ସୃଷ୍ଟି କରିବା ଉଚିତ ନୁହେଁ
ଦୁଇ ଦିନ ତଳେ ଗଜପତି ଦିବ୍ୟସିଂହ ଦେବ, କେନ୍ଦୁଝର ରଥର ଉଚ୍ଚତାକୁ ନେଇ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ସବୁଠୁ ବଡ଼ ରଥ ଭାବେ କେନ୍ଦୁଝର ରଥ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ମୂଳପୀଠର ଗାରିମାକୁ କ୍ଷୁର୍ଣ୍ଣ କରୁଛି । କୌଣସି ସ୍ଥାନରେ ପୁରୀ ରଥ ଠାରୁ ବଡ଼ ରଥ ତିଆରି ହେବା ଉଚିତ ନୁହେଁ ।