ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ : ଧାନ ଉଠୁନଥିବାରୁ ନିଆଳି ବ୍ଲକ ଧାନ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ

Advertisment
ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ : ଧାନ ଉଠୁନଥିବାରୁ ନିଆଳି ବ୍ଲକ ଧାନ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ ନ ଉଠିବାରୁ ମଣ୍ଡିରେ ଚାଷୀ ଶୀତ କାକରରେ ପଡିରହିଛନ୍ତି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ପଲିଥିନ ତଳେ ରହୁଛନ୍ତି । ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡି ଖୋଲୁ ନଥିବା ଯୋଗୁଁ ୮ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକର ଧାନକୁ ଜଗି ବସିଛି ଚାଷୀ ।

ମାଧବ ସେବା ସମବାୟ ସମିତି ଅଧୀନରେ ଥିବା ତାମ୍ପଦା ଗ୍ରାମର ଅଧିକାଂଶ ପଞ୍ଜିକୃତ ଚାଷୀ ହୋଇଥିବା ବେଳେ ମଣ୍ଡିଠାରୁ ସେମାନଙ୍କ ଘର ୫କିମି ଦୂର । ଯାନବାହନର ଅସୁବିଧା ଯୋଗୁଁ ମାଧବ ମଣ୍ଡିକୁ ଧାନ ଆଣିବାରେ ୫୦୦ ଶହ ଟଙ୍କା ଦେବାକୁ ପଡୁଛି । ତାମ୍ପଦା ଗ୍ରାମର ଚାଷୀମାନେ କିଛିଦିନ ତଳେ କଟକ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଚାଷିଙ୍କ ସମସ୍ୟା ଦୁର କରିବା ପାଇଁ ଏକ ଚିଠି ଦେଇଥିଲେ ମଣ୍ଡି ଖୋଲିବା ପାଇଁ । ହେଲେ ଏଯାଏ ମଣ୍ଡି ଖୋଲିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe