କନକ ବ୍ୟୁରୋ : ମଣ୍ଡିରେ ଧାନ ନ ଉଠିବାରୁ ମଣ୍ଡିରେ ଚାଷୀ ଶୀତ କାକରରେ ପଡିରହିଛନ୍ତି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ପଲିଥିନ ତଳେ ରହୁଛନ୍ତି । ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡି ଖୋଲୁ ନଥିବା ଯୋଗୁଁ ୮ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକର ଧାନକୁ ଜଗି ବସିଛି ଚାଷୀ ।
ମାଧବ ସେବା ସମବାୟ ସମିତି ଅଧୀନରେ ଥିବା ତାମ୍ପଦା ଗ୍ରାମର ଅଧିକାଂଶ ପଞ୍ଜିକୃତ ଚାଷୀ ହୋଇଥିବା ବେଳେ ମଣ୍ଡିଠାରୁ ସେମାନଙ୍କ ଘର ୫କିମି ଦୂର । ଯାନବାହନର ଅସୁବିଧା ଯୋଗୁଁ ମାଧବ ମଣ୍ଡିକୁ ଧାନ ଆଣିବାରେ ୫୦୦ ଶହ ଟଙ୍କା ଦେବାକୁ ପଡୁଛି । ତାମ୍ପଦା ଗ୍ରାମର ଚାଷୀମାନେ କିଛିଦିନ ତଳେ କଟକ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଚାଷିଙ୍କ ସମସ୍ୟା ଦୁର କରିବା ପାଇଁ ଏକ ଚିଠି ଦେଇଥିଲେ ମଣ୍ଡି ଖୋଲିବା ପାଇଁ । ହେଲେ ଏଯାଏ ମଣ୍ଡି ଖୋଲିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/37-4.jpg)