ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ

ପ୍ରଶାସନିକ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ 

456

କନକ ବ୍ୟୁରୋ : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ ।

ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତହସିଲଦାର, ଯୋଗାଣ ଅଧିକାରୀ ଓ କୃଷି ବିଭାଗର ଅଧିକାରୀମାନେ ତଦାରଖ ପାଇଁ ଆସିଥିବା ବେଳେ ଚାଷୀ ଜଣକ ତାଙ୍କ ଗାଡ଼ି ଆଗରେ ଶୋଇ ପଡିଥିଲେ । ଗତ ୩ମାସ ହେବ ମଣ୍ଡିରେ ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଅଛନ୍ତି ଯୁଧିଷ୍ଠିର ।