କନକ ବ୍ୟୁରୋ : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ ।
ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତହସିଲଦାର, ଯୋଗାଣ ଅଧିକାରୀ ଓ କୃଷି ବିଭାଗର ଅଧିକାରୀମାନେ ତଦାରଖ ପାଇଁ ଆସିଥିବା ବେଳେ ଚାଷୀ ଜଣକ ତାଙ୍କ ଗାଡ଼ି ଆଗରେ ଶୋଇ ପଡିଥିଲେ । ଗତ ୩ମାସ ହେବ ମଣ୍ଡିରେ ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଅଛନ୍ତି ଯୁଧିଷ୍ଠିର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/29-10.jpg)
/kanak/media/post_attachments/wp-content/uploads/2021/02/IMG-20210215-WA0031.jpg)