କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନଙ୍କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ । ଏହାବାଦ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪ ସାଂସଦ, ୪ ଅଭିନେତା ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ । ତେବେ ପ୍ରଚାର ତାଲିକାରୁ ବାଦ୍ ପଡିଛନ୍ତି ସଂଜୟ ଦାସ ବର୍ମା ।
ସେହିପରି ବିଜେପି ମଧ୍ୟ ପ୍ରଚାର ତାଲିକା ଜାରି କରିଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ମନ୍ତ୍ରୀ ରହିଥିବା ବେଳେ ପ୍ରଭାରୀ ପୁରେନ୍ଦେଶ୍ୱରୀ ଓ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପ୍ରଚାର କରିବେ । କଂଗ୍ରେସ ମଧ୍ୟ ପଛରେ ପଡିନି । ପ୍ରଚାର ତାଲିକାରେ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କୁ ସାମିଲ କରିଛି । ଯେଉଁଥିରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/D3oZCrfWkAIm02-.webp)
/kanak/media/post_attachments/wp-content/uploads/2022/10/FfFN8w8WQAEZtOs.png)