କନକ ବ୍ୟୁରୋ : ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା । ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏ ନେଇ ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ତେବେ ଉପନିର୍ବାଚନ ଦାୟିତ୍ୱରେ ଥିଲେ ନଟବର ମୁଣ୍ଡା । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଧାମନଗର ଉପନିର୍ବାଚନ ପାଇଁ ୧୩୯ ନମ୍ବର ବୁଥରେ ନଟବର ମୁଣ୍ଡାଙ୍କ ଡିଟ୍ୟୁ ପଡ଼ିଥିଲା ।
ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା : ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା
/kanak/media/post_attachments/wp-content/uploads/2022/11/41-Copy.jpg)