କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ତିନି ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପ୍ରଚାର କରୁଛନ୍ତି । ରାଜୁଙ୍କ ଚିହ୍ନ ନୌକା ରହିଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଧ୍ୟ ଧାମନଗର ଯାଇ ପ୍ରଚାର କରୁଛନ୍ତି । ଅବନ୍ତୀ ଦାସଙ୍କ ପାଇଁ ଅଶ୍ୱନୀ ପାତ୍ର ପ୍ରଚାର କରିଥିବା ବେଳେ ରାଜେନ୍ଦ୍ର ଦାସ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି । ସେହିପରି ବିଜେପିର ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରଚାର କରୁଛନ୍ତି ।

Advertisment

ବିଜେପି ୨୦୧୯ ବିଧାନସଭା ନିର୍ବାଚନର ଫଳାଫଳ ଏବଂ ଅନୁକମ୍ପା ମୂଳକ ଭୋଟକୁ ହିସାବ କରି ବାଜି ମାରିବ ବୋଲି ଆଶା କରିଥିବା ସୂଚନା ରହିଛି । ସେହିପରି ବିଜେଡି ପଞ୍ଚାୟତର ନିର୍ବାଚନର ଫଳାଫଳକୁ ବିଜୟର ମାପକାଠି କରିଛି । ହେଲେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତିହିଡି ଏବଂ ଧାମନଦର ବ୍ଲକରେ କେତେ ଭୋଟ୍ ନେବେ ତାହା କହିବା ମୁଶକିଲ ହୋଇପଡିଛି । ତଥାପି ରାଜେନ୍ଦ୍ର ବିଜୟୀ ହେବେ ବୋଲି ଆଶାବାଦୀ ଅଛନ୍ତି । ସେହିପରି କଂଗ୍ରେସ ୨୦୧୯ ନିର୍ବାଚନ ତୁଳନାରେ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଅଧିକ ପାଇଥିବାରୁ ଉପନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରିଛି ।