କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଜମିବ ପ୍ରଚାର । କାରଣ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ନବୀନ ।

Advertisment

ବିଜେଡି ସାଂସଦ ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି । ସେହିପରି ନିର୍ବାଚନ ସମୟରେ ବିଜେଡିକୁ ବଦନାମ କରିବାକୁ ବିଜେପି ପ୍ରୟାସ କରୁଛି ବୋଲି ଦଳ କହିଛି । ବିଜେପି ଏସଏସଜି ମା’ ଓ ମହିଳା ମାନଂକ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ବିଜେଡିକୁ ବଦନାମ କରୁଛି । ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ବିଧାୟକ ପ୍ରଭାରୀ ପ୍ରଣବ ବଳବନ୍ତରାୟ ଏହା କହିଛନ୍ତି । ତେବେ ନିର୍ବାଚନରେ ଲୋକ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଭରସା କରି ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭୋଟ ଦେବେ ବୋଲି ଦଳ କହିଛି । ଅବନ୍ତୀ ହିଁ ବିଜୟୀ ହେବେ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଅନ୍ୟପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତା ପ୍ରଚାର ମୈଦାନକୁ ଓହ୍ଳାଇବେ । ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ।

ସେହିପରି କଂଗ୍ରେସ ପ୍ରର୍ଥୀଙ୍କ ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଭାରୀ ଏ. ଚେଲ୍ଲା କୁମାର, ବିଧାୟକ ସୁରେଶ ରାଉତରାୟଙ୍କ ସମେତ ୩୦ ବରିଷ୍ଠ ନେତା ପ୍ରଚାର କରିବେ ବୋଲି ସୂଚନା ରହିଛି ।