ଧାମନଗର ବ୍ୟାଟେଲ: ବିଜୟ ପାଇଁ ମା ଓ ମାଉସୀଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ।

79

କନକ ବ୍ୟୁରୋ: ଧାମନଗର ନିର୍ବାଚନ ଯେତକି ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ପ୍ରଚାର ସେତିକି ଜୋରଦାର ହେଉଛି । ତିନି ପ୍ରମୂଖ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସମସ୍ତ ଉଦ୍ୟମ ଆରମ୍ଭ କରିଛନ୍ତି । ଏହାସହ ମୋଦି ମ୍ୟାଜିକ ଏବଂ ଅନୁକମ୍ପାକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ତଥା  ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କ ପ୍ରଚାର ଏବେ ନିର୍ବାଚନ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି  । ନିଜର ମାରାଥନ ପ୍ରଚାରରେ ବାହାରି ସୁରଜ ଗାଁ ଗାଁ ବୁଲି ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ତିହିଡି ତଳ ଗୋପବିନ୍ଧା କୁବେରା ପଞ୍ଚାୟତ ଓ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ସମୟରେ ସୁରଜ ବୃଦ୍ଧା ମହିଳା ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଆଶିର୍ବାଦ ମାଗୁଛନ୍ତି । ଦିବଂଗତ ନେତା ବିଷ୍ଣୁ ସେଠୀଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇ ବୃଦ୍ଧାମାନେ ସୁରଜଙ୍କୁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି ।