କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଭଦ୍ରକ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଦଳ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ପ୍ରଚାର ଚଳାଇଛନ୍ତି । ଆସନ୍ତକାଲିଠୁ ପ୍ରଚାର ଜୋରଦାର କରିବାକୁ ଯୋଜନା କରିଛି ବିଜେପି । ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ଓ ୨୮ରେ ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ବିଜେଡି ମଧ୍ୟ ଦଳର ପ୍ରାର୍ଥୀକୁ ବିଜୟ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି ବୋଲି ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି । ଭୋଟଦାନ ତାରିଖ ପାଖେଇ ଆସୁଥିବା ବେଳେ ଧାମନଗରରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ଦୀପାବଳିରେ ବିଜେଡି ଓ ବିଜେପିର ପ୍ରାର୍ଥୀ ରୋଡ ଶୋ କରି ଘରକୁ ଘର ବୁଲି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଅସୁରାଳ. ଘଡିଆଳି ଓ କଟସାହିରେ ରୋଡ ଶୋ କରିଛନ୍ତି । ପ୍ରଚାରରେ ଅମର ଶତପଥୀ ବି ସାମିଲ ହୋଇଥିଲେ ।

ଅସୁରାଳିରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମନମୋହନ ସାମଲ । ଧାମନଗରରେ ବିଜେଡି-ବିଜେପି ପ୍ରଚାରକୁ ଜୋରଦାର କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଧାମନଗରରେ ଉପନିର୍ବାଚନ ଏବେ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।