କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା । ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ନାମାଙ୍କନ ଭରିବା ପୂର୍ବରୁ ବାପାଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେବା ସହ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ସୂରଜ । ଧାମନଗର ନିର୍ବାଚନମଣ୍ଡଳୀର ସବୁ ଜୋନ୍ରୁ ଦଳୀୟ କର୍ମୀ ନାମାଙ୍କନ ଦାଖଲ ସମୟରେ ଏକାଠି ହେବାକୁ ବିଜେପି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି ।
ଦିନ ୧୦ଟାରେ କାଳୀମନ୍ଦିର ଛକରୁ ଏକ ଶୋଭାଯାତ୍ରା ବାହାରିବ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଯିବ । ଦିନ ୧୧ଟା ୫ରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଜନସାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି ସୂରଜ । ଆଜି ନାମାଙ୍କନ ଦାଖଲ ହେବାକୁ ଥିବାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବରିଷ୍ଠ ନେତା ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଓ ପ୍ରସିଦ୍ଧ ଶୈବପୀଠ ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/C9156DDD-28E5-4FDF-BA61-638B83A322AD.jpeg)