ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି : ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ହେବ କାଉଟିଂ

81

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି ।

କାଉଂଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଂଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ବିଜୟୀ ନେଇ ଉଭୟ ବିଜେଡି-ବିଜେପି ଆଶାବାଦୀ ରହିଛନ୍ତି । ସୂରଜ ସୂର୍ଯ୍ୟବଂଶୀ ବିଜେପିର ପ୍ରାର୍ଥୀ ରହିଥିବା ବେଳେ ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ରହିଛନ୍ତି ସେହିପରି କଂଗ୍ରେସର ହରେକୃଷ୍ଣ ସେଠୀ, ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ବିଜେପି ଅନୁକମ୍ପା ମୂଳକ ଭୋଟ୍ ପାଇବ ବୋଲି ଆଶାବାଦୀ ଥିବା ବେଳେ ବିଜେଡି ମହିଳା ଭୋଟ୍ ହାତେଇ ବିଜୟୀ ହେବାକୁ ଆଶା ରଖିଛି ।