କନକ ବ୍ୟୁରୋ : ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତେବେ ଏହି ତାଲିକାରେ ରହିଛି କେଉଁ ପରିବାରର ନାଁ ।
ପିପିଲି
ପ୍ରଦୀପ ମହାରଥୀ/ରୁଦ୍ର ମହାରଥୀ
- ରାଜ୍ୟ ରାଜନୀତିରେ ଉପନିର୍ବାଚନରେ ଏକ ଧାରା ଦେଖିବାକୁ ମିଳିଛି
- ବିଧାୟକଙ୍କ ଦେହାନ୍ତ ପରେ ପ୍ରାର୍ଥୀ ଚୟନରେ ପରିବାରକୁ ମିଳିଛି ଗୁରୁତ୍ୱ
- ପିପିଲିରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ
- ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର
ତିର୍ତ୍ତୋଲ
ବିଷ୍ଣୁ ଦାସ/ ବିଜୟ ଶଙ୍କର ଦାସ
- ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ
- ବିଜୟ ଶଙ୍କର ଦାସଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରିଥିଲା ବିଜେଡି
- ବିଜେପିର ରାଜକିଶୋର ଦାସଙ୍କୁ ହରାଇଥିଲେ ବିଜୟଶଙ୍କର
ବାଲେଶ୍ୱର
ମଦନ ମୋହନ ଦତ/ମାନସ କୁମାର ଦତ
- ୨୦୧୯ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ ମଦନମୋହନ
- ତାଙ୍କର ଦେହାନ୍ତ ପରେ ୨୦୨୦ରେ ବାଲେଶ୍ୱରରେ ହେଲା ଉପନିର୍ବାଚନ
- ମଦନମୋହନଙ୍କ ପୁଅ ମାନସ ଦତଙ୍କୁ ମୈଦାନକୁ ଓହ୍ଲାଇ ଥିଲା ବିଜପି
- ହେଲେ ସେ ବିଜେଡିର ସ୍ୱରୂପ ଦାସଙ୍କଠାରୁ ହାରି ଯାଇଥିଲେ
- ବିଜେଡି ରଣନୀତି ଆଗରେ କାମ ଦେଲାନି ବିଜେପିର ସମବେଦନା କାର୍ଡ
ବିଜେପୁର
ସୁବଳ ସାହୁ/ ରୀତା ସାହୁ
- କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଲଢିଥିଲେ ପତ୍ନୀ
- ୨୦୧୮ରେ ପତ୍ନୀ ରୀତା ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି
- କଂଗ୍ରେସ ଗଡରେ ସିମ୍ପାଥି ଭୋଟ୍ ପାଇ ବିଜେଡିକୁ ବିଜୟ ଭେଟିଦେଲେ ରୀତା
- ୨୦୧୯ ସାଧାରଣ ନିର୍ବାଚନରେ ଏଠାରୁ ଲଢି ବିଜୟୀ ହୋଇଥିଲେ ନବୀନ
- ଦୁଇଟି ଆସନରୁ ଜିତିଥିବାରୁ ବିଜେପୁର ଆସନ ରୀତାଙ୍କୁ ଛାଡିଦେଲେ
- ପୁଣି ଉପନିର୍ବାଚନରେ ବିଜେପିର ସନତ ଗଡତିଆଙ୍କୁ ହରାଇ ଜିତିଲେ ରୀତା
ବ୍ରଜରାଜନଗର
କିଶୋର ମହାନ୍ତି/ ଅଳକା ମହାନ୍ତି
- ବ୍ରଜରାଜନଗରରେ ମଧ୍ୟ ବିଜେଡିକୁ ମିଳିଥିଲା ସମବେଦନା ଭୋଟ୍
- କିଶୋର ମହାନ୍ତିଙ୍କ ବିୟୋଗ ପରେ ପତ୍ନୀ ଅଳକା ମହାନ୍ତି ହୋଇଥିଲେ ପ୍ରାର୍ଥୀ
- କଂଗ୍ରେସର କିଶୋର ପଟେଲଙ୍କୁ ହରାଇ ବିଜୟୀ ହୋଇଥିଲେ ଅଳକା
ପାଟକୁରା
ବେଦ ପ୍ରକାଶ ଅଗ୍ରୱାଲ/ ସାବିତ୍ରୀ ଅଗ୍ରୱାଲ
- ସାଧାରଣ ନିର୍ବାଚନ ସମୟରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ନିଧନ ହୋଇଥିଲା
- ପାଟକୁରାରେ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡିି ମୈଦାନକୁ ଓହ୍ଲାଇଲା
- ବିଜୟ ମହାପାତ୍ରଙ୍କ ବାଟ ଓଗାଳିବାରେ ସମର୍ଥ ହୋଇଥିଲେ ସାବିତ୍ରୀ ଅଗ୍ରୱାଲ