୨୬ରୁ ଜମିବ ଧାମନଗର ପ୍ରଚାର : ମଇଦାନକୁ ଓହ୍ଲାଇବେ ହେଭିୱେଟ୍

103

କନକ ବ୍ୟୁରୋ : ଧାମନଗର କ୍ୟାମ୍ପେନ ପାଇଁ ଜମୁଛି ୩ଦଳର ପ୍ରଚାର । ଭୋଟରଙ୍କୁ ମନାଇବାକୁ ୨୬ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ହେବିୱେଟ ନେତା । ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ଓ ୨୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଙ୍ଗ ଧରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସୁରଜ ସୂର୍ଯ୍ୟବଂଶୀଙ୍କ ପାଇଁ ଧାମନଗରରେ ପ୍ରଚାର କରିବେ । ସେପଟେ ବିଜେଡି ମଧ୍ୟ ଦଳର ପ୍ରାର୍ଥୀକୁ ବିଜୟ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି ବୋଲି ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି ।