କନକ ବ୍ୟୁରୋ : ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଘରୁ ସୁଦଶା ବ୍ରତ ପୂଜା ସାରିି ଗୁରୁଜନଙ୍କ ଠାରୁ ଆର୍ଶୀବାଦ ନେଇ ଭୋଟ ଦେବା ପାଇଁ ବାହାରିଥିଲେ ଅବନ୍ତୀ ଦାସ । କିଛି ସମର୍ଥକଙ୍କ ସହ ୭୮ ନମ୍ବର ବୁଥରେ ପହଞ୍ଚି ମତଦାନ କରିଛନ୍ତି ଅବନ୍ତୀ । ଧାମନଗରବାସୀଙ୍କ ମତଦାନକୁ ନେଇ ବେଶ ଆଶାୟୀ ଅଛନ୍ତି ବୋଲି ଅବନ୍ତୀ କହିଛନ୍ତି ।
ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ ପାରିବେ । ମୋଟ ୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯିବ । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା କରିପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/17-1.jpg)