କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ । ଏବେ ସରଗରମ ହେବ ପ୍ରଚାର ମଇଦାନ । ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ହରେକୃଷ୍ଣ ସେଠି, ବିଜେଡିର ଅବନ୍ତୀ ଦାସ ମଧ୍ୟରେ ନିର୍ବାଚନୀ ମୁକାବିଲା ହେବ । ଏହି ତିନି ନେତା ଧାମନଗର ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ । ଗତକାଲି କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି । ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିି ଶାସକ ଦଳ ସମସ୍ତଙ୍କୁ ମହିଳା କାର୍ଡ ଖେଳିଛି ।

Advertisment

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ସେପଟେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗର ଉପ ନିର୍ବାଚନ କହି ରାଜ୍ୟରେ କେଉଁ ଦଳର ସ୍ଥିତି କିପରି ରହିଛି । ତେଣୁ ପ୍ରମୁଖ ରାଜନୈତିକ ଦଳ ବିଜେଡି. ବିଜେପି ଓ କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନ । ସୂରଜଙ୍କୁ ମୈଦାନକୁ ଓହ୍ଲାଇ ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ।

ସେପଟେ ବିଜେପିକୁ ଟକ୍କର ଦେବା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ୨୦୧୯ ପରେ ରାଜ୍ୟରେ ଯେତିକି ଉପନିର୍ବାଚନ ହୋଇଛି, ସବୁଥିରେ ବିଜେଡି ବିଜୟର ବାନା ଉଡାଇଛି । ଏପରିକି ବାଲେଶ୍ୱର ସଦର ଆସନ ବିଜେପିରେ ଥିଲେ ବି ତାହାକୁ ମଧ୍ୟ ବିଜେପି ହାତରୁ ଛଡାଇ ନେଇଥିଲା ବିଜେଡି । ତେଣୁ ଧାମନଗରରେ ବିଜୟର ଧ୍ୱଜା ଉଡାଇବାକୁ ବିଜେଡି ପ୍ରୟାସ କରୁଥିଲା ବେଳେ ଗଡ ରକ୍ଷା କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଛି ।