ଧାମନଗର ଉପନିର୍ବାଚନ ଫଳାଫଳ : ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ?

180

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ? ବିଦ୍ରୋହୀ ଭାବେ ମୈଦାନକୁ ଓହ୍ଲାଇ ଅଡୁଆ କରିଛନ୍ତି ରାଜୁ ଦାସ । ବିଜେଡିର ଅବନ୍ତୀ ଦାସଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରାଜୁ ଦାସ । ୨୦୦୦ରେ ସ୍ୱାଧାନ ପ୍ରାର୍ଥୀ ଭାବେ ଲଢିିଥିଲେ ମାନସ ରଂଜନ ମଲ୍ଲିକ । ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପିରୁ ଲଢିଥିଲେ ମନମୋହନ ସାମଲ ।

ମନମୋହନଙ୍କ ପାଇଁ ଅଟଳ ବିହାରୀ ବାଜପେୟୀ ପ୍ରଚାର କରିଥିଲେ । ବାଜପେୟୀଙ୍କ ପ୍ରଚାର ସତ୍ୱେ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ମାନସ ମଲ୍ଲିକଙ୍କ ଫଟୋକୁ ଧରି ରାଜୁ ପ୍ରଚାରକୁ ଓହ୍ଲାଇଥିଲେ । ମାନସ ମଲ୍ଲିକଙ୍କ ସଫଳତାକୁ ଦୋହରାଇବା ରାଜୁ ଲକ୍ଷ୍ୟରେ ଅଛନ୍ତି । ୨୦୦୯ରୁ ୧୪ ଧାମନଗରରୁ ବିଧାୟକ ଥିଲେ ରାଜୁ ଦାସ । ରାଜୁଙ୍କ ପାଖରେ ପ୍ରାୟ ୨୦ ହଜାର ପକେଟ୍ ଭୋଟ୍ ଥିବା କୁହାଯାଉଛି । ରାଜୁ ବିଜେଡିର ଭୋଟ୍ କାଟିଲେ ଫାଇଦା ବିଜେପିକୁ ମିଳିପାରେ ।