କାଲିଠୁ ଖୋଲିବ ଧବଳେଶ୍ୱର ପୀଠ: ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

139

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି । ମନ୍ଦିରକୁ ଯିବାକୁ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା ହୋଇଛି । ମହାନଦୀ ଭିତରେ ନିର୍ମିତ ହୋଇଛି ଏକ ଅସ୍ଥାୟୀ ରାସ୍ତା । ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ ବାରଣ କରାଯାଇଥିଲା । ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ୧୪୪ ଧାରା ଲାଗିଥିଲା ।